କଟକ: କଟକ ଏସ୍ସିବି ମେଡିକାଲ୍ର ବିଭିନ୍ନ ବିଭାଗର ଆଉଟ୍ଡୋ,ର୍ ୱାର୍ଡ, ଆଶୁ ଚିକିତ୍ସା କେନ୍ଦ୍ରରେ ଦିନକୁ ୧୦ ହଜାରରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି । ବିଡ଼ମ୍ବନା ହେଉଛି, ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଜୀବନରକ୍ଷାକାରୀ ଔଷଧ, ଇଞ୍ଜେକସନ୍ ଆଦି ରଖିବାକୁ ବଡ଼ ଡାକ୍ତରଖାନାରେ ଜାଗା ଅଭାବ । ଟିଣ ଛାତ ତଳେ ଇଞ୍ଜେକସନ୍ ମହଜୁଦ ରହୁଥିବା ବେଳେ ପୂର୍ତ୍ତ ବିଭାଗ ଘୋଷଣା କରିଥିବା ବିପଦପୂର୍ଣ୍ଣ କୋଠା ପୁରୁଣା ଆଉଟଡୋରର ପରିତ୍ୟକ୍ତ ସ୍ଥାନରେ ସାଲାଇନ୍ ଓ ବିଭିନ୍ନ ଫ୍ଲୁଇଡ୍ ଗଦା ହୋଇଛି । ତେଣୁ ଔଷଧର ଗୁଣବତ୍ତା ବଜାୟ ରହିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଏସ୍?ସିବି ପରିସରରେ ଥିବା ଓଡ଼ିଶା ଷ୍ଟେଟ୍ ମେଡିକାଲ କର୍ପୋରେସନ ଲିମିଟେଡ୍ (ଓଏସ୍ଏମ୍?ସିଏଲ୍)ର ଗୋଦାମରେ ଔଷଧ ରଖିବାକୁ ମଧ୍ୟ ଜାଗା ଅଭାବ । ଫଳରେ ଏସ୍?ସିବିଠାରୁ ୨୫ କିମି ଦୂର ଚୌଦ୍ୱାର କଜଳକଣା ଅଞ୍ଚଳରେ ଏକ ଭଡ଼ା ଘର ନେଇ ସେଠାରେ ସରକାରୀ ଔଷଧ ଗଚ୍ଛିତ ରଖାଯାଉଛି । ଠା’କୁ ଠା’ ଗଚ୍ଛିତ ଥିବା ଔଷଧ, ଉପକରଣ ମଧ୍ୟରେ ରୋଗୀଙ୍କୁ ଯୋଗାଣ ପାଇଁ ଥିବା ବିଭିନ୍ନ ଟାବଲେଟ୍, କ୍ୟାପସୁଲ୍, ଅପରେସନରେ ବ୍ୟବହୃତ ସୂତା, ମାସ୍କ, ହେଡ୍ କ୍ୟାପ୍ ଓ ଆପ୍ରନ୍ ଆଦି ଅଧୀକ୍ଷକଙ୍କର ପୁରୁଣା କାର୍ଯ୍ୟାଳୟରେ ଗଦା ହୋଇଛି । ସିରିଞ୍ଜ୍, ଗ୍ଲୋବ୍ସ, ତୁଳା, ଗଜ, ବ୍ୟାଣ୍ଡେଜ୍, ସ୍ପିରିଟ୍, ବେଟାଡିନ୍ ଆଦି ଅଧୀକ୍ଷକଙ୍କ ନୂଆ କାର୍ଯ୍ୟାଳୟର କିଛି ପ୍ରକୋଷ୍ଠରେ ଗଚ୍ଛିତ ରହିଛି । ସେହିପରି ଏହି ଅଫିସର ଅନ୍ୟ କିଛି ପ୍ରକୋଷ୍ଠରେ ନନ୍?ଟେକ୍ନିକାଲ ଷ୍ଟୋ?ର୍ରେ ସୋଡ଼ା, ସାବୁନ, ଓଟି ଲାଇଟ୍, ଆଦି ଷ୍ଟେସନାରୀ ସାମଗ୍ରୀ ଗଦା ହୋଇଛି । ଇଞ୍ଜେକସନ୍? ଗୁଡ଼ିକ ୨୫ ଡିଗ୍ରୀରୁ କମ୍ ତାପମାତ୍ରାରେ ଗଚ୍ଛିତ ରହିବା କଥା । ନଚେତ ଏହାର ଗୁଣବତ୍ତା ରହିବ ନାହିଁ ବୋଲି ଫାର୍ମାସୀ ଅଫିସରମାନେ କହିଛନ୍ତି । ସେହିପରି ସାଲାଇନ୍ ବୋତଲ ଓ ଅନ୍ୟାନ୍ୟ ଫ୍ଲୁ ଇଡ୍? ଗୁଡ଼ିକ ଚଟାଣରେ ପଡ଼ି ରହିଥିବାରୁ ସେଥିରେ ଫଙ୍ଗସ୍ ସଂକ୍ରମଣ ହେବାର ଆଶଙ୍କା ରହିଛି । ଫଙ୍ଗସ୍ ଯୁକ୍ତ ସାଲାଇନ୍ ରୋଗୀଙ୍କୁ ଦିଆଗଲେ ଏହା ହାନିକାରକ ବୋଲି ଏସ୍?ସିବିର ଜଣେ ବରିଷ୍ଠ ଭେଷଜ ବିଜ୍ଞାନୀ କହିଛନ୍ତି । ପେଟି ପେଟି ଔଷଧ, ଇଞ୍ଜେକସନ୍ ଆଦି ଚଟାଣରେ ପଡ଼ି ନଷ୍ଟ ହେଉଥିବା ଦେଖିବାକୁ ମିଳୁଛି । ଏଗୁଡିକ ସଫା ନ କରି ସେହି ଗଦା ଉପରେ ପୁଣି ନୂଆ ଔଷଧ ଗଚ୍ଛିତ ରଖାଯାଉଛି ।ଡାୟାଲିସିସ୍?ରେ ବ୍ୟବହାର ହେଉଥିବା ତରଳ ରାସାୟନିକ ଫ୍ଲୁଇଡ୍?ର ମାସିକିଆ କୋଟା ହିସାବରେ ରାଜ୍ୟସାରା କିଡ୍?ନୀ ରୋଗୀ ବିଭିନ୍ନ ସମୟରେ ଏସ୍?ସିବିରୁ ଆସି ନେଉଛନ୍ତି । ଉକ୍ତ ଫ୍ଲୁଇଡ୍ ରଖିବାକୁ ଜାଗା ନ ଥିବାରୁ କାଜୁଆଲଟି ସାମ୍ନାରେ ଥିବା ରେକର୍ଡ ରୁମ୍ ପାଇଁ ତିଆରି ହୋଇଥିବା ଘରେ ରଖାଯାଉଛି । ଜାଗା ଅଭାବରୁ ଔଷଧ ବୋଝେଇ ଟ୍ରକ୍ ମେଡିକାଲ ପରିସରରେ ଖଲାସ କରିନପାରି ଦୁଇ ତିନି ଦିନ ମେଡିକାଲ ପରିସରରେ ଠିଆ ହେଉଛି । ନିକଟରେ କୋଲକାତାରୁ ଆସିଥିବା ଏକ ଫ୍ଲୁଇଡ୍ ବୋଝେଇ ଟ୍ରକ୍ ତିନି ଦିନ କାଳ ଏସ୍?ସିବି ଆଶୁ ଚିକିତ୍ସା କେନ୍ଦ୍ରରେ ଠିଆ ହୋଇ ରହିଥିଲା । ଟ୍ରାନ୍ସପୋର୍ଟ ସଂସ୍ଥା ଫ୍ଲୁଇଡ୍ ଫେରାଇ ନେଇଯିବ ବୋଲି ଧମକ ଦେବାରୁ ତାହାକୁ ଖୋଲାମେଲାରେ ରଖାଯାଇଥିଲା । ଜଣେ ଅଧିକାରୀଙ୍କ କହିବା କଥା, ଠା’କୁ ଠା’ ଔଷଧ ଓ ଚିକିତ୍ସା ଉପକରଣ ଗଦା ହେବାରୁ ରୋଗୀଙ୍କ ଚିକିତ୍ସା ପାଇଁ ଔଷଧ ସଂଗ୍ରହ କଲା ବେଳକୁ ବହୁ ସମୟ ଅପବ୍ୟୟ ହେବା ସହ ରୋଗୀ ସେବାରେ ବିଭ୍ରାଟ ହେଉଛି । ସେହିପରି ଅଯଥାରେ ୧୫ରୁ ଅଧିକ ଫାର୍ମାସି ଅଫିସର, ୫ ଜଣ ଡାଟା ଏଣ୍ଟ୍ରି ଅପରେଟର, ପ୍ରାୟ ୩୦ ଜଣ ଆଟେଣ୍ଡାଣ୍ଟ୍ ଉକ୍ତ କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି । ଏସ୍ସିବି ଅଧୀକ୍ଷକ ପ୍ରଫେସର ଜ୍ୟୋତିଷ ଚନ୍ଦ୍ର ଚୌଧୁରୀ ଜାଗା ଅଭାବ କଥାକୁ ସ୍ୱୀକାର କରିବା ସହ ନୂଆ ମେଡିକାଲ୍ ଘର ହେଲେ ସମସ୍ୟାର ସମାଧାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।
