କଟକ: ଅବକାରୀ ଗୁଇନ୍ଦା ଓ ପ୍ରବର୍ତ୍ତନ ବ୍ୟୁରୋ ୟୁନିଟ-୧ (ଫ୍ଲାଇଂ ୟୁନିଟ) କଟକ ଆଜି ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି। ଏହି ମାମଲାରେ ଜଣେ ଯୁବକକୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା, ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଅଞ୍ଚଳର ସିପୁ ବେହେରା (୩୨)। ଅଭିଯୁକ୍ତ ସିପୁ କୁ ଅବକାରୀ ବିଭାଗ ପକ୍ଷରୁ ଆଜି (ସୋମବାର) କୋର୍ଟ ଚାଲାଣ କରଯାଇଥିଲା । ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ନିକଟରୁ ୨୭୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ଯାହାର ଆନୁମାନିକ ବଜାର ମୂଲ୍ୟ ୨୭. ୫୦ ଲକ୍ଷ ଟଙ୍କା। ଏନେଇ ଅବକାରୀ ପକ୍ଷରୁ ଘଊଚଝ ଆକ୍ଟରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଅବକାରୀ ବିଭାଗର ସୂଚନା ଅନୁଯାୟୀ, କୌଣସି ସୂତ୍ରରୁ ଖବର ପାଇ ଢେଙ୍କାନାଳ ଟାଉନ ଥାନା ଅଧିନ ମହିଷାପାଟ ଛକ ଜାତୀୟ ରାଜପଥ-୫୫ ଠାରେ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢ଼ାଉ କରି ଅଭିଯୁକ୍ତ ସିପୁ ବେହେରାକୁ କାବୁ କରାଯାଇଥିଲା। ଅବକାରୀ ଅଧୀକ୍ଷକ ଶ୍ରୀ ସମରଜିତ ଦାସଙ୍କ ନିର୍ଦ୍ଦେଶରେ ଏବଂ ଉପ ଆବକାରୀ ଅଧୀକ୍ଷକ ଶ୍ରୀ ରୋଶନ ଇସୁ ହଂସଦାଙ୍କ ସିଧାସଳଖ ତଦାରଖରେ ଏକ ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ର ସଦସ୍ୟ ଭାବେ ସବ୍-ଇନ୍ସପେକ୍ଟର ବଲବୀର ଗଡନାୟକ, ସହାୟକ ସବ୍-ଇନ୍ସପେକ୍ଟର କିଶୋର କୁମାର ରାଉତ, କନଷ୍ଟେବଲ୍ ରଞ୍ଜିତ ସାହୁ, କନଷ୍ଟେବଲ୍ ଶିବାନନ୍ଦ ସଡଙ୍ଗୀ, କନଷ୍ଟେବଲ୍ ସୁମିତ କୁମାର ନାଏକ ଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇ ଅଭିଯୁକ୍ତକୁ କାବୁ କରାଯାଇଥିଲା।ରାଜ୍ୟରେ ପଞ୍ଜୀକୃତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ ଦିଆଯାଇଥିଲା । ଚଳିତବର୍ଷ ଏହି ସ୍ୱାସ୍ଥ୍ୟ କାର୍ଡକୁ ଆୟୁଷ୍ମାନ ଭାରତ ଯୋଜନାରେ ପରିବର୍ତ୍ତିତ କରାଯିବା ପାଇଁ ମସୁଧା ଚାଲିଛି । ଜନପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ରହିଛି । ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ରାଜ୍ୟ କମିଟି ଡାକରାରେ ପ୍ରତି ଜିଲ୍ଲାରେ ସଂଘର କର୍ମକର୍ତ୍ତା ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି । ପୁରୀ ଶାଖା ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟୋକଲ) ନୀଳମାଧବ ଭୋଇଙ୍କୁ ସଂଘ ପକ୍ଷରୁ ସୋମବାର ପୂର୍ବାହ୍ନରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ରରେ ଦର୍ଶାଯାଇଛି ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାକୁ ଅପରିବର୍ତ୍ତିତ ରଖାଯାଉ । ଏଥିରେ ସାମ୍ବାଦିକଙ୍କ ପିତାମାତାଙ୍କୁ ତାଲିକାଭୁକ୍ତ କରାଯାଉ । ଯଦି ଆୟୁଷ୍ମାନ ଭାରତ ଯୋଜନାରେ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଏ ତେବେ ସଂଘ ରାଜ୍ୟର ପ୍ରତି ଜିଲ୍ଲାରେ ଆନ୍ଦୋଳନ କରିବ ବୋଲି ଚେତାବନି ଦେଇଛି।ଦାବିପତ୍ର ଦେବା ସମୟରେ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ସମ୍ପାଦକ ସୁଧାଂଶୁ ଶେଖର କର, ସଂଘର ଆଇନ ପରାମର୍ଶଦାତା ରାମଚନ୍ଦ୍ର ମହାପାତ୍ର, ଯୁଗ୍ମ ସମ୍ପାଦିକା ବନିତା ଦୀକ୍ଷିତ, ଦିବ୍ଯରଞ୍ଜନ ବିଶୋଇ, ଅରୁଣ କୁମାର, ପ୍ରଦୀପ କୁମାର ପ୍ରଧାନ, ଅନିମେଶ ପଟ୍ଟନାୟକ ,ସଞ୍ଜୟ ଅଗ୍ରୱାଲ ,ଅକ୍ଷୟ କୁମାର ସ୍ୱାଇଁ,ସନ୍ତୋଷ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
