ପୁରୀ: ପୁରୀ ଜିଲ୍ଲାରେ ସଡକ ସୁରକ୍ଷାକୁ ଅଧିକ ସୁଦୃଢ କରିବା ଓ ଯାତାୟାତ ନିୟମ ପାଳନକୁ କଡାକଡି କରିବା ପାଇଁ ପୁରୀ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକା ଚେକିଂ ଅଭିଯାନ ଚାଲୁ ରହିଛି। ଏହି ବ୍ୟାପକ ଅଭିଯାନ ଅନୁଷ୍ଠାନରେ ଯାତାୟାତ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଭିଯାନ ସମୟରେ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳରେ ଚେକିଂ କରାଯାଇ ମୋଟ ୨,୧୭,୦୦୦,ଟଙ୍କା ଜରିମାନା ଆଦାୟ କରାଯାଇଛି। ଟ୍ରାଫିକ ପୋଲିସ ଷ୍ଟେସନ ୧,୨୭,୦୦୦,ବାସେଳିସାହି ପୋଲିସ ଷ୍ଟେସନ ୧୦,୦୦୦,କୁମ୍ଭାରପଡା ପୋଲିସ ଷ୍ଟେସନ ୮,୫୦୦,ବ୍ରହ୍ମଗିରି ପୋଲିସଷ୍ଟେସନ୮,୦୦୦,ସିଂହଦ୍ୱାର ପୋଲିସ ଷ୍ଟେସନ ୭,୫୦୦,ତାଳବଣିଆ ପୋଲିସ ଷ୍ଟେସନ ୭,୦୦୦,କୋଣାର୍କ ପୋଲିସ ଷ୍ଟେସନ ୭,୦୦୦,ସତ୍ୟବାଦୀ ପୋଲିସ ଷ୍ଟେସନ ୭,୦୦୦,ସମୁଦ୍ରକୁଳ ପୋଲିସ ଷ୍ଟେସନ ୬,୦୦୦,ବାଳିଆପଣ୍ଡା ପୋଲିସ ଷ୍ଟେସନ ୬,୦୦୦,ବଳଙ୍ଗା ପୋଲିସ ଷ୍ଟେସନ ୬,୦୦୦ କାକଟପୁର ପୋଲିସ ଷ୍ଟେସନ ୬,୦୦୦,ଚନ୍ଦ୍ରଭାଗା ମେରାଇନ ପୋଲିସ ଷ୍ଟେସନ ୪,୦୦୦,ଗୋପ ପୋଲିସ ଷ୍ଟେସନ ୩,୫୦୦ଅସ୍ତରଙ୍ଗ ପୋଲିସ ଷ୍ଟେସନ

୩,୦୦୦,ପେଣ୍ଠକଟା ମେରାଇନ ପୋଲିସ ଷ୍ଟେସନ ୩,୦୦୦,ରାମଚଣ୍ଡୀ ପୋଲିସ ଷ୍ଟେସନ ୩,୦୦୦,ଅସ୍ତରଙ୍ଗ ମେରିନ ପୋଲିସ ଷ୍ଟେସନ ୨,୦୦୦,ଅରଖକୁଦା ମେରାଇନ ପୋଲିସ ଷ୍ଟେସନ ୨,୦୦୦,ଚାରିଛକ ପୋଲିସ ଷ୍ଟେସନ ୧,୫୦୦, ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା ସଡକରେ ଶୃଙ୍ଖଳା ବଜାୟ ରଖିବା, ଦୁର୍ଘଟଣା କମାଇବା ଓ ସାଧାରଣ ଲୋକଙ୍କୁ ଯାତାୟାତ ନିୟମ ପାଳନ ପାଇଁ ସଚେତନ କରିବା। ପୁରୀ ପୋଲିସ ସଦା ସର୍ବଦା ଲୋକଙ୍କ ସୁରକ୍ଷା ପାଇଁ ପ୍ରତିବଦ୍ଧ ଅଟେ ଏବଂ ଏହିପରି ଚେକିଂ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ। ପୁରୀ ପୋଲିସ ସମସ୍ତ ଯାନଚାଳକଙ୍କୁ ଅନୁରୋଧ କରୁଛି ଯେ ହେଲମେଟ ଓ ସିଟ ବେଲ୍ଟ ପରିଧାନ କରନ୍ତୁ, ମଦ୍ୟପାନ କରି ଗାଡି ଚଲାନ୍ତୁ ନାହିଁ, ନିର୍ଦ୍ଧାରିତ ଗତି ସୀମା ପାଳନ କରନ୍ତୁ, ସମସ୍ତ ଟ୍ରାଫିକ ନିୟମ ମାନନ୍ତୁ ନିୟମ ଉଲ୍ଲଙ୍ଘନ କଲେ କଡା ଆଇନୁନ୍ମୁଖୀ କାର୍ଯ୍ୟନୁଷ୍ଠାନ ହେବା ସହିତ ଜରିମାନା ଆଦାୟ କରାଯିବ। ସାଧାରଣ ଲୋକଙ୍କ ସହଯୋଗରେ ଆମେ ଏକ ସୁରକ୍ଷିତ ଓ ଶୃଙ୍ଖଳିତ ପୁରୀ ଗଢିବାରେ ସଫଳ ହେବା ।
