ପୁରୁଷୋତମପୁର: ଦୀର୍ଘ ୩୦ବର୍ଷ ପରେ ପୁରୁଷୋତମପୁର ବ୍ଲକ ଅନ୍ତର୍ଗତଜଳଶରଖଣ୍ଡି ଗ୍ରାମରେ ଗତ ୧୦ ତାରିଖରୁ ଭକ୍ତିମୟ ପରିବେଶ ମଧ୍ୟରେ ମା ଦକ୍ଷିଣକାଳୀଙ୍କ ପୀଠରେ ସପ୍ତ ସତୀ ଚଣ୍ଡୀ ମହାଯଜ୍ଞ ଧୁମଧାମରେ ପାଳିତ ହେଉଛି । ଏହି ପବିତ୍ର ଯଜ୍ଞ ଉପଲକ୍ଷେ ମନ୍ଦିର ପରିସରରେ ପ୍ରତିଦିନ ସକାଳୁ ପୂଜାର୍ଚ୍ଚନା, ବିଦ୍ୱାନ ପଣ୍ଡିତ ଙ୍କ ମନ୍ତ୍ର ଧ୍ୱନି ହୋମଯଜ୍ଞ ଚାଲିଛି ।ଅଂଚଳର ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରି ଯଜ୍ଞରେ ଅଂଶଗ୍ରହଣ କରୁଛନ୍ତି । ଏଠାକାର ବିଶେଷତ୍ୱ ହେଲା ମା ଦକ୍ଷିଣ ଦିଗ ହୋଇ ପୂଜା ପାଉଛନ୍ତି । ତେଣୁ ଭକ୍ତ ମାନେ ନିଜ ମନସ୍କାମନା ପୂରଣ କରିବାକୁ ଆସି ଏଠାରେ ହୋମ ଯଜ୍ଞ କରିଥାନ୍ତି । ଏହି ପୀଠ ସ୍ଥଳୀରେ ବହୁ ବିଦ୍ୱାନ ପଣ୍ଡିତ ମାନେ ତନ୍ତ୍ର ସାଧନା କରି ଛନ୍ତି ।

ଏହି ମହା ଯଜ୍ଞ ଅବସରରେ ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଠାରେ ଅନ୍ନ ଯଂଜ୍ଞ, ଗୋ ଯଂଜ୍ଞ, ଜ୍ଞାନ ଯଂଜ୍ଞ, ଓ ନାମ ଯଂଜ୍ଞ ହୋଇଥାଏ । ସନ୍ଧ୍ୟା ସମୟରେ ଭଜନ, କୀର୍ତନ ଓ ଦୀପଦାନ, ଭଳିକି ଭଳି ବିଭିନ୍ନ ମନୋହର ଦୋକାନ, ଦୋଳି ଏହି ସ୍ଥାନରେ ପଡ଼ିଛି ଓଭକ୍ତ ମାନେ ତାର ମଜା ନେଉଛନ୍ତି । ଯଜ୍ଞ, ଏବଂ ଏହି ଭକ୍ତି ମୟ ପରିବେଶ କାର୍ଯ୍ୟକ୍ରମ ହେଉଥୁବାରୁ ସମଗ୍ର ସ୍ଥାନରେ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଛି । ଯଜ୍ଞ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଯଜ୍ଞ କମିଟି ସଦସ୍ୟମାନେ ଓ ସ୍ଥାନୀୟ ଗ୍ରାମବାସୀମାନେ ସକ୍ରିୟ ସହଯୋଗ କରୁଛନ୍ତି । ଏହି ଯଜ୍ଞକୁ ସଫଳ କରିବା ପାଇଁ ପୋଲିସ ପ୍ରଶାସନ ମଧ୍ୟ ଲାଗିପଡିଛନ୍ତି । ମାଁ ଙ୍କ ପାଖରେ ପୂଜାପାଠ କଲେ ଭକ୍ତଙ୍କ ମନ ବାଞ୍ଛା ପୂରଣ ହୁଏ, ବୋଲି ପ୍ରଗାଢ଼ ବିଶ୍ୱାସ ରହିଛି ।ପଣ୍ଡିତ ଶ୍ରୀ ବାସୁଦେବ ମିଶ୍ର ଙ୍କ ତତ୍ୱା ବଧାନ ରେ ୭୦ ଜନ ପଣ୍ଡିତ ଏହି ଯଂଜ୍ଞରେ ବରଣ ହୋଇଛନ୍ତି । ଏହାସହ ମନ୍ଦିର ଟ୍ରଷ୍ଟି ଭାବେ ସୁଦର୍ଶନ ନାୟକ, ଜଗତ ବନ୍ଧୁ ପଣ୍ଡା, ବସନ୍ତ ମହାପାତ୍ର, ବିପିନ ମହାପାତ୍ର, ଓବାବୁଲା ବେହେରା ଯଂଜ୍ଞ କମିଟି ରହିଛନ୍ତି । ଏହାସହ ମନ୍ଦିର ର ସବୁ ସେବାୟତ, ମାନେ ମଧ୍ୟ ସହଯୋଗ କରିଛନ୍ତି । ବହୁ ନେତା ମନ୍ତ୍ରୀ, ଯନ୍ତ୍ରୀ ଓ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆଜି ଯଂଜ୍ଞର କର୍ତ୍ତା ଭାବେ ବସିଥିଲେ । ପୂର୍ବତନ ବିଧାୟକ ଲତିକା ପ୍ରଧାନ, ଆସି ମାଆଙ୍କୁ ଦର୍ଶନ କରି କୃପାଭିକ୍ଷା ଲାଭ କରିଥିଲେ । ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ,, ଛତ୍ରପୁର ଉପଜିଲ୍ଲାପାଳ ଶୁଭାଶିଷ ବରାଳ ପ୍ରମୁଖ ଉପସ୍ଥିତ ରହି ମାଆଙ୍କୁ ଦର୍ଶନ କରିବା ସହ ଯଂଜ୍ଞ ବୁଲି ଦେଖିଥିଲେ । ପୁରୁଷୋତ୍ତମପୁର ଥାନା ଅଧିକାରୀ କୂଳମଣି ସେଠୀ ଓ ଏସଡ଼ି ପିଓ ସୁଜିତ ନାୟକ ଙ୍କ ସହ ଥାନା ଷ୍ଟାଫ ଉପସ୍ଥିତ ରହି ଆଇନ ଶୃଙ୍ଖଳା ସ୍ଥିତି ପରଖି ଥିଲେ ।
