କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଭରପୁର ରହିଛି ନଦୀନାଳ, ଝରଣା ଓ ଜଙ୍ଗଲ ପାହାଡ଼। ଜଙ୍ଗଲି ଜନ୍ତୁଙ୍କ ପାଇଁ ପୂର୍ବରୁ ଏଠାକାର ଜଙ୍ଗଲାଞ୍ଚଳ ବେଶ ଭଲ ଆଶ୍ରୟସ୍ଥଳୀ ଭାବେ ପରିଗଣିତ ହେଉଥିଲା । ଆଠଗଡ଼ ପରେ ହାତୀ ଚଳପ୍ରଚଳ ଦୃଷ୍ଟିରୁ କଳାହାଣ୍ଡି ଏକ ବୈଶିଷ୍ଟ୍ୟପୂର୍ଣ୍ଣ ଜିଲ୍ଲା ରୂପେ ବନ ବିଭାଗ ବିବେଚନା କରୁଥିଲା । କାଳକ୍ରମେ ଜଙ୍ଗଲ ଅବକ୍ଷୟିତ ହାର ବୃଦ୍ଧି, ଜଙ୍ଗଲରୁ ହାତୀର ପ୍ରିୟ ଖାଦ୍ୟ ବାଉଁଶ ଧୀରେ ଧିରେ ଲୋପ ପାଇବା କାରଣରୁ ହାତୀମାନେ ଜନବସତି ମୁହାଁ ହେଉଥିବା ସାଧାରଣରେ ଆଲୋଚନା କରାଯାଉଛି। କେବଳ ହାତୀ ନୁହେଁ ବନ୍ୟପ୍ରାଣୀ ସ୍ୱରୂପ ଭାଲୁ ମଧ୍ୟ ସହର ଭିତରକୁ ପ୍ରବେଶ କରିବାର ନଜିର ରହିଛି। ଦୁର୍ଭାଗ୍ୟର ବିଷୟ ଯେ ଗତ ୫ ବର୍ଷ ମଧ୍ୟରେ ୨୨ରୁ ଊର୍ଦ୍ଧ୍ୱ ହାତୀ ପ୍ରାଣ ହରାଇଥିବାବେଳେ ହାତୀ ଆକ୍ରମଣରେ ବହୁ ନିରୀହ ଜୀବନ ଚାଲିଯାଇଛି। ହାତୀପଲ ଜଙ୍ଗଲରୁ ଲୋପ ହେବାକୁ ପଡ଼ୁଛି। ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ବଲାଙ୍ଗୀର, କଳାହାଣ୍ଡି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାକୁ ନେଇ ସୃଷ୍ଟି ହୋଇଥିବା କଳାହାଣ୍ଡିର ହାତୀ କରିଡ଼ଡ଼ର ସବୁଠାରୁ ସୁରକ୍ଷିତ। କିନ୍ତୁ ଏଠି ହାତୀ ପାଇଁ ମଣିଷ ଜୀବନ ଅସୁରକ୍ଷିତ ହୋଇପଡ଼ିଛି। କଳାହାଣ୍ଡି ବନବିଭାଗ ଦୁଇଟି ବନ ମଣ୍ଡଳରେ ବିଭକ୍ତ ଯଥା- ଉତ୍ତର ଓ ଦକ୍ଷିଣ ଉତ୍ତର ଓ ଦକ୍ଷିଣ ବନ ମଣ୍ଡଳରେ ସର୍ବମୋଟ ୧୦୦ରୁ ଊର୍ଦ୍ଧ ହାତୀ ଚଳପ୍ରଚଳ ହେଉଥ?ିବା କଥା ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେବେ ଉତ୍ତର ବନମଣ୍ଡଳରେ ହିଁ ଅଧିକ ହାତୀ ମୃତ୍ୟୁ ସହିତ ମଣିଷ ଜୀବନ ନଷ୍ଟ ହେବାର ରିପୋର୍ଟରୁ ଅଛନ୍ତି ।ହାତୀଙ୍କ ହାବଭାବ ସମ୍ପର୍କରେ କର୍ମଚାରୀମାନେ ରିପୋଟିଂ କରନ୍ତି । ତେବେ ଦେଖାଯାଏ ଯେ ଶିକାରୀଙ୍କ ଲୋଲୁପ ଦୃଷ୍ଟି ଓ ପରସ୍ପର ହାତୀ ଲଢେଇ, ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶ ଓ କାଦୁଅରେ ପଡ଼ିବା ଏମିତି ଅନେକ କାରଣ ବଶତଃ ହାତୀମାନଙ୍କ ଥିବା ସତ୍ତ୍ୱେ ହାତୀ ପୋଖରୀରେ ବୁଡ଼ି ଅନେକ କଷ୍ଟ ପାଇଥିଲା। ଶେଷରେ ସ୍ଥାନୀୟ ଲୋକ ଓ ବନବିଭାଗ ସହାୟତାରେ ତାକୁ ଉଦ୍ଧାର କରାଯାଇଥିଲା ।ତୀପଲ ଆସିବା, ଫସଲ ହାନି ଓ ଘରଦ୍ୱାର ଧ୍ୱଂସ ହେବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଏକର ଏକର କଳାହାଣ୍ଡି ଜିଲ୍ଲାରେ ହାତୀ ଫସଲ ନଷ୍ଟ ହେବା ଓ ଗ୍ରାମାଞ୍ଚଳରେ ଘର ଭୁଶୁଡ଼ିବା ଥମିନାହିଁ । ବନ ବିଭାଗ ମୂଲ୍ୟବାନ ଜୀବନ ତ ଫେରେଇ ପାରିବେନି ନଷ୍ଟ ହୋଇଥିବା ଏକର ଏକର ଫସଲ ଓ ଭାଙ୍ଗିଥିବା ଘର ପାଇଁ କ୍ଷତିପୂରଣ ଯୋଗେଇବାର ପ୍ରତିଶ୍ରୁତି ଦେଇଛନ୍ତି । ଗତ ଦୁଇଦିନ ପୂର୍ବେ ଲାଞ୍ଜିଗଡ଼ ଅଞ୍ଚଳରେ ପିଡେଲବାକୁ ଗ୍ରାମରେ ରାତିରେ ୨୬ ଟିକିଆ ହାତୀ ପଲ ଘର ଭାଙ୍ଗିବା ସହିତ ଜଣଙ୍କ ଜୀବନ ମଧ୍ୟ ଚାଲିଯିବା ଅତ୍ୟନ୍ତ ହୃଦୟ ବିଦାରକ ଘଟଣା ବୋଲି କୁହାଯାଇଛି।
