ପୁରୀ: ବଲ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଓଡ଼ିଶା ପକ୍ଷରୁ ମାଳତୀପାଟପୁର ୱାଣ୍ଡର ୱାଲର୍ଡ ପାର୍କ ସଭାଗୃହରେ ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ନୂତନ କମିଟି ଗଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଡକ୍ଟର ନାରାୟଣ ପାତ୍ର ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ପୂର୍ବକ ଶୁଭାରମ୍ଭ କରି କହିଲେ ବଲ ବ୍ୟାଡମିଣ୍ଟନ ଖେଳାଳୀମାନଙ୍କ ସମସ୍ତ ସୁବିଧାସୁଯୋଗ ବନ୍ଦୋବସ୍ତ ସହ ଆସୋସିଏସନକୁ ସାହାଯ୍ଯ ଓ ସହଯୋଗ ଯୋଗାଇ ଏକ ନମ୍ବର କରି ଓଡିଶାର ନାମ ରଖିବା ପାଇଁ ମତବ୍ୟକ୍ତ କରିଥିଲେ । ସମସ୍ତେ ଏକତ୍ରିତ ହୋଇ ନିସ୍ୱାର୍ଥପର ଭାବେ ଉତ୍ସାହର ସହ କାମ କରିଚାଲ । କର୍ମକର୍ତ୍ତା ମାନଙ୍କୁ ପ୍ରଶଂସା କରିବା ସହ ବଲ ବ୍ୟାଡମିଣ୍ଟନର ଉର୍ନ୍ନତି କାମନା କରିଥିଲେ। ପୂର୍ବତନ ସମ୍ପାଦକ ତଥା ମୁଖ୍ଯ ଉପଦେଷ୍ଟା ସୁକାନ୍ତ ଦାଶ ଯୋଗଦେଇ କହିଲେ ବଲ ବ୍ୟାଡମିଣ୍ଟନ ଖେଳାଳୀ ମାନେ ଭଲ ଖେଳ ପ୍ରଦର୍ଶନ କରିଲେ ସେମାନଙ୍କ କ୍ଯାରିୟର ନିଶ୍ଚିତ ଉଜ୍ଜଳମୟ । ଏଥିରେ ଖେଳାଳୀମାନେ ଚାକିରି ପାଇ ରୋଜଗାର କରୁଛନ୍ତି । ଅନୁଷ୍ଠାନର କାର୍ଯ୍ୟ କରିବା ସହ ଅନୁଷ୍ଠାନକୁ ଆଗକୁ ନେବା ପାଇଁ ସବୁବେଳେ ଚେଷ୍ଟା ଜାରି ରହିବ । ସଭାଗୃହରେ ଇଲେକ୍ସନ ଅଫିସର ଓ ଅବଜରଭରଙ୍କୁ ସ୍ୱାଗତ କରିବା ସହ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ବଲ ବ୍ୟାଡମିଣ୍ଟନ ଆସୋସିଏସନ ୨୦୨୬ ରୁ ୨୦୩୦ ପର୍ଯ୍ୟନ୍ତ ନୂଆ କମିଟି କାର୍ଯ୍ୟ କରିବା ପାଇଁ କର୍ମକର୍ତ୍ତା ମାନଙ୍କୁ ମନୋନୀତ କରାଯାଇଛି । ଏଥିରେ ସଭାପତି ଭାବେ ଡକ୍ଟର ନାରାୟଣ ପାତ୍ର, ଉପସଭାପତି ଭାବେ ପ୍ରଦ୍ୟୁମ୍ନ ମିଶ୍ର, ରଜନୀକାନ୍ତ ମହାପାତ୍ର, ସମ୍ପାଦକ ଭାବେ ପ୍ରଣୟ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଅଜୟ କୁମାର ସାହୁ, ଯୁଗ୍ମ ସମ୍ପାଦକ ସୁନିତା ସ୍ୱାଇଁ ଓ ସର୍ବାନନ୍ଦ ବେହେରା ଓ କାର୍ଯ୍ୟକାରୀ ସଭ୍ଯ ଭାବେ ପୂଜାରାଣୀ ନାୟକ ଓ ବି.ତ୍ରିନାଥ ରାଓ ଙ୍କୁ ମନୋନୀତ କରାଯାଇଛି । ନିର୍ବାଚନ ଅଧିକାରୀ ଆଇନଜୀବୀ ଜଗନ୍ନାଥ ସିଂହାରୀ ଓ ୱେଷ୍ଟବେଙ୍ଗଲ ସମ୍ପାଦକ ତଥା ଅବଜରଭର ବଲ ବ୍ୟାଡମିଣ୍ଟନ ଫେଡେରେସନ ଅଫ ଇଣ୍ଡିଆ ସୁବାଶିଷ ଜ୍ଞାଏନ ଯୋଗଦେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ସମସ୍ତ ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପ ମାଲ୍ୟାର୍ପଣ ସହ ଉପଢୌକନ ପ୍ରଦାନ କରାଯାଇଥିଲା । କରତାଳି ଦେଇ କର୍ମକର୍ତ୍ତା ମାନେ ନୂତନ କମିଟିକୁ ସ୍ୱାଗତ କରିଥିଲେ । ଆସୋସିଏସନର ଉପସଭାପତି ପ୍ରଦ୍ୟୁମ୍ନ ମିଶ୍ର କହିଲେ ସବ ଜୁନିୟର ଓ ସିନିୟର ବଲ ବ୍ୟାଡମିଣ୍ଟନ ଖେଳ ଭୁବନେଶ୍ୱର ଅନୁଷ୍ଠିତ ହେବ ଓ ଜୁନିୟର ପୁରୀରେ ଖେଳ ପ୍ରଦର୍ଶନ ହେବ । ଜାତୀୟସ୍ତରରେ ବଲ ବ୍ୟାଡମିଣ୍ଟନ ଖେଳ ଓଡ଼ିଶା ଏକ ନମ୍ବର ରହିବା ପାଇ ଆମର ଲକ୍ଷ । ଖେଳାଳୀମାନଙ୍କୁ ସମସ୍ତ ସୁବିଧାସୁଯୋଗ ଦିଆଯିବ । ସମସ୍ତ କର୍ମକର୍ତ୍ତାଙ୍କ ସହଯୋଗ ଓ ପିଲାମାନଙ୍କୁ ଗାଇଡ ରହିଲେ ଏହି ଖେଳ ବହୁତ ଆଗକୁ ବଢିବ । ଏଥିରେ ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ,ଭୁବନେଶ୍ୱର, କଟକରୁ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଆଦିତ୍ଯ କୁମାର ସାମନ୍ତରାୟ, ପ୍ରକାଶ କୁମାର ମହାନ୍ତି, ଶ୍ରୀହରି ସୁରଳା, ରଜତ କୁମାର ରାଉତ, ଉମେଶ ମିଶ୍ର, ମନୋଜ ଦାସ, ଅଞ୍ଜଳି ଦାସ, କପିଳ ଚନ୍ଦ୍ର ରାଉତ, ଦେବାଶିଷ ମିଶ୍ର ପ୍ରମୁଖ ସମେତ ୧୦ଟି ଜିଲ୍ଲାର ସଭାପତି ଓ ସମ୍ପାଦକ ଯୋଗଦେଇ ବଲ ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଓଡିଶାକୁ ଆଗେଇ ନେବା ସହ ଜାତୀୟସ୍ତରରେ ନାମ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ ।
