oplus_0
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକର କୁଲାଡ଼ ନିକଟବର୍ତ୍ତୀ ରାଇପଲ୍ଲୀ କମଳାବାରି ବଡନଦୀ ଠାରେ ମଙ୍ଗଳବାର ବଡିଭୋରରୁ ବାରୁଣି ବୁଡ ନିମନ୍ତେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ବାରୁଣି ବୁଡ ଦର୍ଘ ଏକ ଶହ ବର୍ଷର େଏ÷ତିହାସିକ ବାରୁଣି ବୁଡ ରାଇପଲ୍ଲୀ ଗ୍ରାମବାସୀଙ୍କ ସହଯୋଗରେ ପରମ୍ପରା ଅନୁସାରେ ଚାଲି ଆସୁଅଛି। ହେଲେ ଚଳିତବର୍ଷ ମଧ୍ୟ ସେହି ପରମ୍ଫାରାକୁ ଆଧାର କରି ରାଇପଲ୍ଲୀ ଗ୍ରାମବାସୀ ମଙ୍ଗଳବାର ସକାଳେ ତିନିଠାକୁର ମୁକ୍ତେଶ୍ୱର ସ୍ୱାମି, ରାଧାକୃଷ୍ଣ ସ୍ୱାମି ଓ ଗ୍ରାମଦେବତୀଙ୍କୁ ଭିନ୍ନ ଭିନ୍ନ ସୁସଜିତ କାଠ ବିମାନରେ ବସାଇ କମଳାବାରି ବଡନଦୀ ପଠାକୁ ଅଣାଯାଇ ସ୍ନାନ କରାଯାଇଥିଲା।ପରେ ସେଠାରୁ ତିନିଠାକୁରଙ୍କୁ ନେଇ ଗ୍ରାମବାସୀ ସହଯୋଗରେ ରାଇପଲ୍ଲୀ ଗ୍ରାମ ପରିକ୍ରମା କରାଯାଇ ପୁଣି ବାରୁଣି ବୁଡ ସ୍ଥାନକୁ ଅଣାଯାଇଥିଲା। ସେଠାରେ ତିନିଠାକୁରଙ୍କ ରୀତିନୀତି ପରମ୍ଫାର ଅନୁସାରେ ହୋମଜଞ୍ଜ,ପୂଜାପାଠ କରାଯାଇଥିଲା।

ଆଖପାଖ ଅଞ୍ଚଳ ଓ ଦୂରଦୂରାନ୍ତରୁ ମଧ୍ୟ ଶ୍ରଦ୍ଧାଳୁମାନେ ସେହି ବାରୁଣି ବୁଡ କମଳାବାରି ବଡନଦୀ ଆସି ବୁଡ ପକାଇ ତିନିଠାକୁରଙ୍କୁ ଦର୍ଶନ କରି ଭକ୍ତମାନେ ବହୁ ଆନନ୍ଦ ଉପଭୋଗ କରିଥିବା କିଛି ଶ୍ରଦ୍ଧାଳୁ ଗଣମାଧ୍ୟମକୁ କହିଥିଲେ। ତିନିଠାକୁରଙ୍କୁ ଏକ ଅସ୍ଥାଇ ମଣ୍ଡପରେ ବିଜେକରାଇ ପୌରାଣିକ ନାଟକ” ଭାରତନୀଳା” ନାଟକ ପରିବେଷଣ କରାଯାଇଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା। ସନ୍ଧ୍ୟାରେ ତିନିଠାକୁରଙ୍କ ଏକ ମହାମିଳନ ହୋଇ ଶ୍ୱମନ୍ଦିରକୁ ବିଜେ କରିଥିଲେ। ଶହ ଶହ ଶ୍ରଦ୍ଧାଳୁ ବୁଡ ପକାଇ ତିନିଠାକୁରଙ୍କୁ ଦର୍ଶନ କରି ଯାତ୍ରା ଉପଭୋଗ କରିଥିଲେ। ସୁଚନା ଥାଉକି ରାଇପଲ୍ଲୀ କମଳାବାରି ବଡନଦୀ ସଂଗମ ସ୍ଥଳରେ ଆଉ ଦୁଇଟି ନଦୀ ଗାଲେରୀ ନଦୀ ଓ ଗେରେଡା ନଦୀ ମିଶି ତିନୋଟି ନଦୀର ମିଳନ ସ୍ଥଳ ହେତୁ ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ପ୍ରତ୍ୟେକ ସୋମବାର ଦିନ ଏଠାରୁ ପାଣି ଶୈବ ପିଠକୁ ନେବା ପାଇଁ ଆଖପାଖ ଓ ଦୂରଦୂରାନ୍ତରୁ ହଜାର ହଜାର ହଜାର କାହୁଡିଆ ଭକ୍ତଙ୍କ ଗହଳି ହେଉଥିବା ନଜର ରହିଛି। ଏଣୁ ସେହି ପରମ୍ପରାକୁ ରାଇପଲ୍ଲୀ ଗ୍ରାମବାସୀ ବାରୁଣି ଯାତ୍ରା କରି ଆସୁଛନ୍ତି। ଆଜିର ଏହି ଯାତ୍ରାକୁ ଗ୍ରାମର କାଳୁଚରଣ ସ୍ୱାଇଁ, ଆଲୋକ ପତୀ, କାମେଶ୍ୱର ସାହୁ,ସୁବଳ ବେହେରା,ନବ ବିଷୋୟୀ, ଜିତେନ୍ଦ୍ର ବେହେରା, ସୂର୍ଯ୍ୟନାରାୟଣ ବେହେରା,ପାଣ୍ଡବ ବେହେରା,ବିଜୟ ବେହେରା,ଶିବରାମ ସ୍ୱାଇଁ,ତୁଷାର ସ୍ୱାଇଁ, ରାମଚନ୍ଦ୍ର ଗୌଡଙ୍କ ସମେତ ରାଇପଲ୍ଲୀ ଓ ଆଖପାଖ ଗ୍ରାମବାସୀ ବୃନ୍ଦ ମଧ୍ୟ ସହଯୋଗ କରିଥିଲେ।
