କଟକ : କ୍ରସ ଭୋଟିଂ ଅଭିଯୋଗରେ କଂଗ୍ରେସ ଆଜି ୩ ବିଧାୟକଙ୍କୁ ନିଲମ୍ବନ କରିଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର ‘ହୁଇପ୍’କୁ ନ ମାନି କ୍ରସ୍ଭୋଟିଂ କରିଥିଲେ। ଏହାରି ମଧ୍ୟରେ ଆଜି ନିଲମ୍ବିତ ବିଧାୟକମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ସାମିଲ୍ ହେବାକୁ ଆହ୍ୱାନ ଦେଇଛନ୍ତି ମହମ୍ମଦ ମୋକିମ୍ । ଝିଅ ସୋଫିଆ ଫିର୍ଦ୍ଦୋସ କ୍ରସ୍? ଭୋଟିଂ କରିବା ନେଇ ସେ ମତ ରଖିଛନ୍ତି। ମୋକିମ୍ କହିଛନ୍ତି, କଂଗ୍ରେସ ଦଳ ଝିଅ ସୋଫିଆଙ୍କୁ ଅଣଦେଖା କରୁଥିଲା। ମୋତେ ବହିଷ୍କାର ପରେ ତାକୁ ବେଶି ଅଣଦେଖା କରାଯାଉଥିଲା। କଟକରେ କାହାକୁ ଦଳରେ ମିଶାଇଲେ ବି ଜଣାଉ ନ ଥିଲେ। ଏପରିକି ଦଳର ମହିଳା କାର୍ଯ୍ୟକ୍ରମକୁ ମଧ୍ୟ ଡାକୁ ନ ଥିଲେ। କଂଗ୍ରେସ ଦଳ ବହିଷ୍କାର ପରେ ଓଡ଼ିଶା-ଜନତା-କଂଗ୍ରେସ ପାଇଁ କାମ କରିବ ବୋଲି କହିଲେ ମହମ୍ମଦ ମୋକିମ୍।
