ବଙ୍ଗୋମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଭାଲୁମୁଣ୍ଡା -ବେଳପଡ଼ା ମୁଖ୍ୟ ରାସ୍ତା ରେ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ରାସ୍ତା ରେ ଗାଈ ଗୋରୁ ବୁଲୁଥିବା ବେଳେ ଆଜି ବଡ଼ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି । ନୂଆପଡ଼ା ଗାଁର ତିନି ଜଣ କୌଣସି କାମ କୁ ନେଇ ଭାଲୁମୁଣ୍ଡା କୁ ଆସିଥିଲେ । କାମ ସାରି ନିଜ ଗାଁ କୁ ରାସ୍ତା ରେ ଯାଉଥିବା ବେଳେ ଗାଈରେ ପିଟି ହୋଇଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେଣୁ ବାଇକରୁ ପଡି ଯାଇ ୩ ଜଣ ଗୁରୁତର ହୋଇପଡିଥିଲେ । ତୁରନ୍ତ ଖବର ପାଇଁ ଭାଲୁମୁଣ୍ଡା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଉପେନ୍ଦ୍ର ମେହେର ତାଙ୍କ ନିଜ ଆମ୍ବୁଲାନ୍ସ ରେ ନୂଆପଡା ଜିଲ୍ଲା ଖଡ଼ିଆଳ ମିଶନ ହସ୍ପିଟାଲ କୁ ନେଇଥିଲେ। ନୂଆପଡା ର କୁଞ୍ଜବିହାରି ତାଣ୍ଡି ବାପ୍ତା ତାଣ୍ଡି, କାଳିଆ ନେତାମ ଗୁରୁତର ହୋଇଥିଲା । ରାସ୍ତା ରେ ୧୦ ରୁ ୧୫ ଗୋଟି ଗାଈ ଥିବା ବେଳେ ଗୋଟିଏ ଗାଈ ମଧ୍ୟ ଗୁରୁତ୍ର ଥିବା ଜଣାପଡିଛି। ଶ୍ରୀ ମେହେର ସେ ନିଜେ ଖର୍ଚ୍ଚ କରି ଔଷଧ ମଧ୍ୟ ଗୁରୁତର ଙ୍କୁ ଦେଇଥିବା ନେଇ ସୂଚନା ମିଳିଛି ।ଶ୍ରୀ ମେହେର ଙ୍କ ଏହି ମହତ କାର୍ଯ୍ୟ କୁ ଦେଖି ବିଭିନ୍ନ ମହଲରେ ପ୍ରସଂଶା କରାଯାଉଛି ।
