କାକଟପୁର: ପୁରୀ ଜିଲ୍ଲା କାକଟପୁର ବ୍ଲକ ଅଂଚଳରେ ରନ୍ଧନ ଗ୍ୟାସ ଯୋଗାଣ କୁ ନେଇ ସମସ୍ୟା ଦେଖା ଦେଲାଣି। ବିଭିନ୍ନ ଏଜେନ୍ସି ବା ଯୋଗାଣକାରୀ ସଂସ୍ଥାରେ ଗ୍ୟାସ ସିଲିଣ୍ଡର ବୁକିଂ କରିବାକୁ ଯାଇ ଲୋକଙ୍କୁ ନିରାଶ ହେବାକୁ ପଡୁଛି। ପୂର୍ବରୁ ଯେଉଁ ମାନେ ବୁକିଂ କରିଥିଲେ ସେମାନେ ଗ୍ୟାସ ଆଣିଥିବା ବେଳେ ଶନିବାର ଏଜେନ୍ସି ଆଗରେ ସକାଳୁ ଲମ୍ବା ଧାଡି କରି ଠିଆ ହୋଇ ବୁକିଂ ହୋଇ ପାରୁନଥିବା ଅଭିଯୋଗ ଉଠିଛି। ଅନ୍ୟ ପକ୍ଷରେ ଖାଦ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ଏହାର ପ୍ରଭାବ ପଡିଛି। କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳର ଅଧିକାଂଶ ହୋଟେଲ ଏବେ ଖାଦ୍ୟ ତାଲିକା କମ୍ କରାଯାଇଛି। ଏପରିକି କିଛି ହୋଟେଲ ଗ୍ୟାସ ବଦଳରେ କାଠ ବ୍ୟବହାର ଆରମ୍ଭ ହେଲାଣି। ବହୁ ଛୋଟ ଛୋଟ ଟିଫିନ ସେଣ୍ଟର ବନ୍ଦ କରିବାକୁ ବସିଲେଣି। ଏପରିସ୍ଥିତି ରେ ଜାଳେଣି କାଠ ଦର ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି। କାକଟପୁର ଓ ଅସ୍ତରଙ୍ଗ ଅଂଚଳରେ ପୂର୍ବ ଅପେକ୍ଷା ରନ୍ଧନ ଗ୍ୟାସ ସଙ୍କଟ ବଢିଛି। ଗ୍ୟାସ ପାଈଁ ଲୋକେ ସକାଳ ୬ରୁ ଲମ୍ବା ଧାଡି ରେ ଠିଆ ହେଉଛନ୍ତି। ଦୀର୍ଘ ସମୟ ଠିଆ ହେଲେ ମଧ୍ୟ ଅନେକ ବୁକିଂ ସମସ୍ୟା ପାଈଁ ନିରାଶ ରେ ଫେରୁଛନ୍ତି।ଅନ୍ୟ ପକ୍ଷରେ କାଠ ବ୍ୟବସାୟୀ କହିଛନ୍ତି, ଏବେ ହୋଟେଲ ମାଲିକ ମାନେ ଭୟରେ କାଠ ନେଇ ରଖୁଛନ୍ତି। ଯେଉଁ ମାନେ ୨ କୁଇଣ୍ଟାଲ ନେଉଥିଲେ ଏବେ ୪କୁଇଣ୍ଟାଲ କାଠ ନେଉଛନ୍ତି। ଏବେ ଝାଉଁ କାଠ ୧୫ଶହ ଟଙ୍କା କୁଇଣ୍ଟାଲ ରହିଥିବା ଜଣାଯାଇଛି। ଏବେ ଯାହା ଜାଳେଣି କାଠ ଦର ରହିଛି, ତାହା ଆଗକୁ ବଢିବ। ବାହାଘର ଚାଲିଥିବା ବେଳେ ଗ୍ୟାସ ସିଲିଣ୍ଡର ପାଇନାହାନ୍ତି। ଘରୋଇ ଭାବେ ବି ଲୋକ ମାନେ ୨୦କେଜି ରୁ ୩୦କେଜି କାଠ ନେଲେଣି।
