କଟକ: ଏଆଇ କ୍ୟାମେରା ନଜରରେ କଟକର ଚୌଦ୍ୱାର ଜେଲ୍। ଲାଗିଲା ୩୨ଟି ଏଆଇ କ୍ୟାମେରା। ଏଣିକି ଜେଲ୍ ଡେଇଁ ଖସିବାକୁ ଉଦ୍ୟମ କି ଜେଲ୍ ପାଚେରି ଦେଇ ନିଶାଦ୍ରବ୍ୟ, ମାରଣାସ୍ତ୍ର, ମୋବାଇଲ ଆସିବା ଉପରେ ଲାଗିବ ରୋକ୍। ଜେଲ୍ ପାଚେରିକୁ ଛୁଇଁଲେ ବାଜିବ ସାଇରନ୍। ଚୌଦ୍ୱାର ଜେଲ୍ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯାଇଛି। ଜେଲ୍? ବିଭ୍ରାଟକୁ ରୋକିବାକୁ ଲାଗିଛି ଏଆଇ କ୍ୟାମେରା। ଚୌଦ୍ୱାର ଜେଲ୍ର ସମସ୍ତ ୱାଚ୍ ଟାୱାର, ଜେଲ୍ ପାଚେରିରେ ଏହି କ୍ୟାମେରା ଲାଗିଛି। ପାଚେରିକୁ ଛୁଇଁବା ମାତ୍ରେ ବାଜିବ ସାଇରନ୍। ତା’ ସହିତ ଜେଲ୍ ବାହାରୁ ଭିତରକୁ ପାଚେରି ଡେଇଁ ମୋବାଇଲ, ମାରଣାସ୍ତ୍ର, କିମ୍ବା ନିଶାଦ୍ରବ୍ୟ ଗଲେ ସଙ୍ଗେସଙ୍ଗେ ସାଇରନ୍ ଗର୍ଜି୍ୱ। ଡ୍ୟୁଟିରେ ଥିବା ୱାର୍ଡର ଏବଂ ଅଧୀକ୍ଷକଙ୍କ ନିକଟରେ ଏହି ମେସିନ୍ ରହିବ। ଏହା ଜେଲ୍ ବିଭ୍ରାଟକୁ ରୋକିବାରେ ସହାୟକ ହେବ ବୋଲି ଚୌଦ୍ୱାର ଜେଲ୍ ଅଧୀକ୍ଷକ କହିଛନ୍ତି। ପରୀକ୍ଷାମୂଳକ ଭାବେ ରାଜ୍ୟର ନିର୍ଦ୍ଦିଷ୍ଟ କେତେକ ଗୁରୁତ୍ୱପୂର୍ଣ୍ଣ ଜେଲ୍?ରେ ଏହି ବ୍ୟବସ୍ଥା କାର୍ୟ୍ୟକାରୀ ହୋଇଛି। ଚୌଦ୍ୱାର ଜେଲ୍?ରେ ପୂର୍ବରୁ ସିସିଟିଭି ରହିଛି। ତା’ ସତ୍ତ୍ୱେ ସିସିଟିଭିର ଦିଗ ପରିବର୍ତ୍ତନ କରି ଦୁର୍ଦ୍ଦାନ୍ତ ଅପରାଧୀ ଚମ୍ପଟ ମାରିଥିଲେ। ଏହାର କୌଣସି ଟେର୍ ପାଇନଥିଲେ ଜେଲ୍ କର୍ତ୍ତୃପକ୍ଷ। ସେହିପରି ଜେଲ୍ ଭିତରୁ ମୋବାଇଲ, ନିଶାଦ୍ରବ୍ୟ ଜବତ ହେବା ଭଳି ଘଟଣାର ନଜିର ରହିଛି। ଅପରପକ୍ଷରେ ଜେଲ୍?ରେ ୱାର୍ଡର ସଂଖ୍ୟା ୪୦ପ୍ରତିଶତ କମ୍ ଥିବାବେଳେ ଏଆଇ କ୍ୟାମେରା ଉପୋଯୋଗୀ ହୋଇପାରିବା ନେଇ ଉଠିଛି ପ୍ରଶ୍ନ।
