ବାରିପଦା; ମୟୂରଭଞ୍ଜ ଜିଲ୍ଲା, ମୋରଡା ଥାନା ଅନ୍ତର୍ଗତ ମୋରଡା ଦରଖୋଳି ଠାରେ ଅଟୋ କୁ ଧକ୍କା ଦେଲା ବାଇକ । ଦୃତଗାମୀ ବାଇକ ର ଧକ୍କା ରେ ଅଟୋ ଟି ତିନି ଫେରା ଓଲଟି ପଡିଥିଲା । ଉକ୍ତ ଦୁର୍ଘଟଣା ରେ ବାଇକ ଚାଳକ ର ଗୋଡ଼ ଚାରି ଖଣ୍ତ ହୋଇ ଥିବା ବେଳେ ହାତର ହାଡ଼ ରାସ୍ତା ଉପରେ ପଡିଥିବାର ଦେଖିବାକୁ ମିଳିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବାଇକ ର ଚକ ବାହାରି ଯାଇଥିବା ବେଳେ ଅଟୋ ଓଲଟି ପଡିଥିଲା । ବାଇକ ଚାଳକ ରାଜୁ ସିଂ ବୋଲି ଜଣାପଡିଛି । ସେହିପରି ଅଟୋ ରେ ବସିଥିବା ଦୁଇ ଜଣ ଙ୍କ ହାତ ଭାଙ୍ଗିଥିବା ର ଜଣାପଡିଛି ।

ଅଟୋ ରେ ଥିବା ଦୁଇ ଜଣ ହେଲେ ସୁବାଷ ଚନ୍ଦ୍ର ଜେନା ଓ ରଞ୍ଜନ ମାଇତି । ଦୁର୍ଘଟଣାଗ୍ରସ୍ତ ସମସ୍ତଙ୍କୁ ନିକଟସ୍ଥ ଅଗ୍ନଶମ ବିଭାଗ ଓ ପୋଲିସ୍ ଉଦ୍ଧାର କରି କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ । ଗୁରୁତର ବାଇକ ଚାଳକ ର ରକ୍ତସ୍ରାବ ବନ୍ଦ ନ ହେବା ରୁ ସଙ୍ଗେ ସଙ୍ଗେ ବାରିପଦା ମେଡିକାଲ କୁ ପଠାଯାଇଥିବା ଜଣାପଡିଛି ।
