ପୁରୀ: ଶୁକ୍ରବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ଠାରେ ରଥଯାତ୍ରା ଉପଲକ୍ଷେ ସମୀକ୍ଷା ବୈଠକ ଅନୁଷ୍ଠିତହୋଇଯାଇଛି । ଏଠାରେ ଜିଲ୍ଲାପାଳ ସଂପୃକ୍ତ ବିଭାଗ ତଥା, ୱାଟକୋ,ଓପିଟିସିଏଲ୍ ପୌରସଂସ୍ଥା ଅଧିକାରୀ ମାନଙ୍କୁ ୧ମାସ ଭିତରେ ମାଷ୍ଟର ପ୍ଲାନ୍ କରିସଂପୂର୍ଣ ଟେଣ୍ଡର କାର୍ଯ୍ୟ ସମ୍ପାଦନ କରି ୩୧.୦୫.୨୦୨୬ ସୁଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟଦେବେ ବୋଲି କହିଥିଲେ । ମନ୍ଦିର ପ୍ରଶାସନକୁ ପବ୍ଲିକ୍?ସିଷ୍ଟମ୍ ଆରେଞ୍ଜମେଣ୍ଟ, ଭଲଭାବରେ ଯେମିତି ହେବ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ସହିତ ସହଯୋଗକରି କାର୍ଯ୍ୟସଂପାଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଠାରେ ମୁଖ୍ୟ ଗାଡିପାଂର୍କି ବ୍ୟବସ୍ଥା, ଅସ୍ଥାୟୀ ଭାବେ ପାଇଖାନା ବ୍ୟବସ୍ଥା, ଭକ୍ତ ମାନଙ୍କ ରହଣୀ ସୁବିଧା,ଓ ଯାତାୟତା ଉପରେ ଧ୍ୟାନ ଦେବା, ଓ ଖାଦ୍ୟପେୟ ବ୍ୟବସ୍ଥା ଉପରେ ଧ୍ୟାନ ଦେବାପାଇଁ ପୌରସଂସ୍ଥା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଆରକ୍ଷୀ ଅଧ୍ୟକ୍ଷକ ପ୍ରତୀକ କୁମାର ସିଂହ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ)ନୀଳମାଧବ ଭୋଇ, ମୁଖ୍ୟ ଚିକିତ୍ସକ ଅଧିକାରୀ ଅକ୍ଷୟ କୁମାର ଶତପଥୀ, ଅତିରିକ୍ତଏସ୍.ପି. ସୌମ୍ୟରଞ୍ଜନ ମଲ୍ଲିକ୍, ପୌରଅଧିକାରୀ ଅଭିମନ୍ୟୁ ବେହେରା, ଉପଖଣ୍ଡସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତିଙ୍କ ସମେତ ଜିଲ୍ଲାରସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଯୋଗ ଦେଇଥିଲେ ।
