ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରପଡ଼ା ଡାକ୍ତରଖାନା ରେ ଭୂଲ୍ ଔଷଧ ଦେବା ଓ ଚିକିତ୍ସା ଅବହେଳା ରୁ ଦୁଇବର୍ଷ ର ଶିଶୁ ର ମୃତ ହୋଇଥିବା ଅଭିଯୋଗ ସହ ଉତ୍ତେଜନା ଦେଖା ଦେଇଛି।ଖଜୁରୀପଡା ଡାକ୍ତର ଖାନାରେ ଏକ ଦୁଇ ବର୍ଷ ର ଶିଶୁ କୁ ଡାକ୍ତର ଜ୍ୱର ଔଷଧ ଦେବା ପରେ ଶିଶୁର ମୃତ୍ୟୁ ହୋଇଛି ବୋଲି ଶିଶୁର ମାଆ ସଂଗୀତା ସାହୁ ଅଭିଯୋଗ କରିଛନ୍ତି। ଆଜି ଦିନ ୧୨ ଟା ବେଳେ ଶିଶୁକୁ ଖଜୁରୀପଡା ଶିଶୁ ଡାକ୍ତର ଜ୍ୱର କମିବା ପାଇଁ ଔଷଧ ଦେଲେ। ଶିଶୁର ଦେହରେ ଜ୍ୱର ଖଇ ଫୁଟି ଯାଉଥିଲା କିନ୍ତୁ ଶିଶୁକୁ ଡାକ୍ତର ଆଡ଼ମିସନ ନ କରି ଘରକୁ ଯାଇ ଔଷଧ ଦେବ ବୋଲି କହିବାରୁ ଶିଶୁ ଟିକୁ ଘରକୁ ନେଇଗଲେ ମାଆ ସଂଗୀତା । ଜ୍ୱର ନ କମିବାରୁ ଶିଶୁ କୁ ପୁନଃର୍ବାର ସେହି ଡାକ୍ତର ଖାନାକୁ ନେଇଥିଲା ମାଆ । ସେହି ସମୟରେ ଯେଉଁ ଡାକ୍ତର ଶିଶୁ କୁ ଚିକିତ୍ସା କରି ଔଷଧ ଦେଇଥିଲେ ସେ ଶିଶୁ ଡାକ୍ତର, ଡାକ୍ତରଖାନା ରେ ନଥିଲେ। ସେଠାରେ ନିୟୋଜିତ ଥିବା ଅନ୍ୟ ଦୁଇଜଣ ଡାକ୍ତର ଶିଶୁ କୁ ସାଲାଇନ ଦେଇ ଏବଂ ଅକ୍ସିଜେନ୍ ଲଗାଇ ଆମ୍ବୁଲାନ୍ସ ଫୁଲବାଣୀ ବଡ଼ ଡାକ୍ତର ଖାନାକୁ ପଠାଇ ଥିଲେ। ପରିବାର ଲୋକେ ଶିଶୁକୁ ଆମ୍ବୁଲାନ୍ସ ଦ୍ୱାରା ଖଜୁରୀ ପଡ଼ା ରୁ ଫୁଲବାଣୀ ୨୨କିମି ଦୁରବର୍ତ୍ତୀ ରାସ୍ତା ଅତିକ୍ରମ କରି ଆଣିଥିଲେ। କିନ୍ତୁ ଫୁଲବାଣୀ ଡାକ୍ତର କହିଲେ ଶିଶୁ ଟି ର ଅନେକ ବେଳୁ ମୃତ୍ୟୁ ଘଟିଛି। ତାପରେ ଡାକ୍ତର ଖାନ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଭୁଲ ଔଷଧ ଦେବାରୁ ଏବଂ ପିଲା ଗୁରୁତର ଥିବାବେଳେ ଡାକ୍ତର ନଥିଲେ ଚିକିତ୍ସା ରେ ଅବହେଳା ଓ ଭୁଲ ଔଷଧ ଯୋଗୁଁ ପିଲାର ମୃତ୍ୟୁ ଘଟିଛି ବୋଲି ଶିଶୁର ଅଜା ଭାସ୍କର ସାହୁ ଓ ଶିଶୁର ମାଆ ସଂଗୀତା ସାହୁ ଅଭିଯୋଗ କରିଛନ୍ତି। ଫୁଲବାଣୀ ମେଡିକାଲ୍ ରୁ ପରିବାର ଲୋକ ମୃତଶିଶୁ ର ଶବ ନେଇ ଖଜୁରୀ ରାସ୍ତାରେ ଶିଶୁର ମାଆ ସଙ୍ଗୀତା ଧାରଣାରେ ବସିଥିଲେ।ପୋଲିସ ଓ ପୂବ୍ଲିକ ବୁଝା ସୁଝା କରିବା ରୁ ମୃତ ଶିଶୁ କୁ ଧରି ଖଜୁରୀ ପଡ଼ା ଡାକ୍ତର ଖାନା ରେ ଧାରଣା ଦେଇଥିଲେ। ଶିଶୁ ମାନଙ୍କର ଚିକତ୍ସା ଭଲରେ କରୁ ନାହାନ୍ତି। ଦିନ ୧୨ ଟାରୁ ଡାକ୍ତର ଡାକ୍ତର ଖାନରୁ କୁଆଡେ ପଳାଇ ଯାଉଛନ୍ତି ବୋଲି ମୃତ ଶିଶୁର ମାଆ ସଂଗୀତା ଓ ଅଜା ଅଭିଯୋଗ କରୁଛନ୍ତି। କନ୍ଧମାଳ ଜିଲ୍ଲାର ପେରିଫେରି ରେ ଥିବା ଡାକ୍ତର ଖାନାରେ ରୋଗୀଙ୍କୁ ବିଶେଷ ଅବହେଳା କରାଯାଉଛି। ଡାକ୍ତର ରହୁ ନାହାନ୍ତି। ମେଡିକାଲ କଲେଜ ହେବା ପରେ ମଧ୍ୟ ଚିକିତ୍ସାରେ ଉନ୍ନତି ହେଉ ନାହିଁ। ସର୍ବଦା ମାସରେ ବହୁ ଥର ଡାକ୍ତର କଟକ ଓ ବ୍ରହ୍ମପୁର କୁ ପଳାଉଥିବା ଅଭିଯୋଗ ହେଉଛି। କେହି ଡାକ୍ତର ଡିନ୍ କୁ ବି ଖାତାର କରୁ ନାହାନ୍ତି । ମୃତ ଶିଶୁର ମାଆ ଜିଲ୍ଲାପାଳ ପାଖରେ ଫେରାଦ ହେବି ବୋଲି କହୁଥିବା ଦେଖା ଯାଇଥିଲା।
