ଚଣ୍ଡିଖୋଲ: ବହୁଦିନ ବ୍ୟବଧାନ ପରେ ବଡ଼ଚଣା ପୋଲିସ ଦ୍ୱାରା ୧୦ ଗୋମାତାଙ୍କୁ ଉଦ୍ଧାର କରାଯାଇଛି। ଘଟଣା ରୁ ପ୍ରକାଶ ଗତ କାଲି ବିଳମ୍ବିତ ରାତିରେ ବଡ଼ଚଣା ବ୍ଲକ ଦର୍ପଣ ପଞ୍ଚାୟତ ଦର୍ପଣ ଗ୍ରାମରେ ଦୁଇଟି ଗାଦିରେ ବେଆଇନ ଭାବେ ଗୋରୁ ଚାଲାଣ ପାଇଁ ଲୋଡ଼ ହେଉଥିଲା।ବିଶେଷ ସୂତ୍ରରୁ ଖବର ପାଇ ବଡ଼ଚଣା ଥାନା ଅଧିକାରୀ ଜଗଦିଶ କରଙ୍କ ନିର୍ଦେଶ ରେ ଧାନମଣ୍ଡଳ ଫାଣ୍ଡି ଅଧିକାରୀ ମନୋରଞ୍ଜନ ମହାନ୍ତି ସଦଳବଳେ ଉକ୍ତ ଗାଡିକୁ ଧରିବା ପାଇଁ ଜାଲ ବିଛାଇ ଥିଲେ। ଉକ୍ତ ଙଊ,୦୫ଜ -୫୭୪୨ ପିକପ ଗାଡିରେ ୧୦ ଗୋଟି ଗୋ ମାତାଙ୍କୁ ଅତି ଦୟନୀୟ ଅବସ୍ଥା ରେ ନେଇ ଯାଉଥିବା ବେଳେ ଦର୍ପଣ ମହାବିନାୟକ ଡାକ ବଙ୍ଗଳା ପାଖରେ ଅଟକାଇ ଥିଲେ। ପୋଲିସକୁ ଦେଖି ଗାଡି ଡ୍ରାଇଭର ଖସିଯିବାକୁ ସକ୍ଷମ ହୋଇଥିଲେ। ପୋଲିସ ୯୧/୨୬ ରେ ଏକ ମକଦମା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। ନୂଆ କରି ବଡ଼ଚଣା ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ କରଙ୍କ ଏହିଭଳି ପଦକ୍ଷେପକୁ ସାଧାରଣ ରେ ପ୍ରଂଶସା କରାଯାଇଛି।
