ପୁରୀ: ସାମାଜିକ ତଥା ସାଂସ୍କୃତିକ ଜାଗରଣ ପାଇଁ କାର୍ଯ୍ୟରତ କରୁଥିବା ଅନୁଷ୍ଠାନ ପକ୍ଷରୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ବିକୃତ କରି ମହାପ୍ରଭୁ ଜଗନ୍ନାଥ ନାମରେ ଏକ ଆନିମେସନ ଫିଲ୍ମ ମୁକ୍ତିଲାଭ କରିବ । ଏହା ଜଗନ୍ନାଥ ସଂସ୍କୃତି ଓ ବିଚାରାଧାରାକୁ କୁଠାରଘାତ କରୁଛି । ଏହାର କାଳ୍ପନିକ କାହାଣୀ ଓ ଚରିତ୍ରକୁ ନେଇ ବିଷୟବସ୍ତୁ ରହିଛି । ଏହାକୁ ଓଡ଼ିଶାରେ ବ୍ଯାନ କରିବାକୁ ଦାବି କରିଛନ୍ତି । ପରିବର୍ତ୍ତନ ଓଡ଼ିଶାର ସଭ୍ଯ ମାନେ ସିଂହଦ୍ୱାର ଠାରେ ପ୍ରତିବାଦ ଓ ନାରାବାଜି କରିଥିଲେ । ଏହି ପ୍ରତିବାଦ ସଭାରେ ମହାସୁଆର ନିଯୋଗର ସମ୍ପାଦକ ଗଣେଶ୍ୱର ମହାସୁଆର, ଆଠ ସାହି ଆଖଡା ସଂଯୋଜକ ନରେନ୍ଦ୍ର ମହାନ୍ତି, ପରିବର୍ତ୍ତନ ଓଡ଼ିଶାର ଉପସଭାପତି କୃଷ୍ଣଚନ୍ଦ୍ର ଦାସ ଓ ସଂଯୋଜକ ଶ୍ଯାମସୁନ୍ଦର ମହାପାତ୍ର,ଚତ୍ରୁଧାମ ମଠ ମନ୍ଦିର ସନାତନ ସେବା ସମିତିର ସତ୍ଯ ଦାଶ,ଅମାନ ତ୍ରିପାଠୀ, ଜ୍ଯୋତିରଞ୍ଜନ ମିଶ୍ର, ଦିବାକର ଦାଶ,ସୌମ୍ଯ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।
