ପୁରୀ: ସୋମବାର ଶ୍ରୀବିଗ୍ରହଙ୍କ ହେବ ଖସାପଡା ନୀତି। ସେଥିପାଇଁ ସୋମବାର ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ୪ ଘଣ୍ଟାବନ୍ଦ ରହିବ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୋମବାର ଚୈତ୍ର କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀବିଗ୍ରହମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଅନୁଷ୍ଠିତ ହେବ ଏହି ନୀତି। ସନ୍ଧ୍ୟା ୬ଟାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଖସାପଡ଼ା ନୀତି ଶେଷ ହେବା ପରେ ସାଧାରଣ ଦର୍ଶନ ସ୍ୱାଭାବିକ ହେବ ବୋଲି ଜଣାପଡିଛି ।
