ବାରିପଦା; ମୟୁରଭଞ୍ଜ ଜିଲ୍ଲା, ରାସଗୋବିନ୍ଦପୁର ଥାନା ତଥା ବଡାମପୁର ଫାଣ୍ଡି ଅନ୍ତର୍ଗତ ମାଣିଦା ଛକ ଠାରେ ଥିବା କୃଷ୍ଣଚନ୍ଦ୍ର ଜୁଏଲାରୀ ଦୋକାନ ରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଲକ୍ଷାଧିକ ଟଙ୍କା ର ଗହଣା ଲୁଟ କରିଛନ୍ତି । ସୂଚନାଯୋଗ୍ୟ ଯେ ଗତକାଲି ବିଳମ୍ବିତ ରାତିରେ ଚାରିଜଣ ଦୁର୍ବୃତ୍ତ ଲୁହା ଗେଟ ଭାଙ୍ଗି ଦୋକାନ ଭିତରୁ ୩ କେଜି ରୂପା ଓ ୫ ଗ୍ରାମ ସୁନା ଲୁଟି ଫେରାର ହୋଇଯାଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୮ରୁ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି । ଜୁଏଲାରୀ ଦୋକାନର ମାଲିକ ବିଶ୍ୱଜିତ ରଣା ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଲୁଟ ର ସମସ୍ତ ଘଟଣା ସିସିଟିଭି କ୍ୟାମେରା ରେ କଏଦ ହୋଇଛି । ଲୁଟେରା ମାନେ ମୁହଁ ରେ କନା ବାନ୍ଧିଥିବା ବେଳେ ହାତ ରେ ମାରଣାସ୍ତ୍ର ଥିବା ଦେଖିବାକୁ ମିଳିଛି । ତେବେ ସିସିଟିଭି କ୍ୟାମେରା ର ସମୟ କୋଣସି କାରଣରୁ ଏପଟ ସେପଟ ହୋଇଛି ସତ କିନ୍ତୁ ପୋଲିସ ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କୁ ଜୋରଦାର କରିଛି । ଅପରପକ୍ଷରେ ଏହି ଲୁଟ ପରେ ରାସଗୋବିନ୍ଦପୁର ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
