କୋଦଳା: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ସାନ ଉସ୍ତାପଡ଼ା ପଞ୍ଚାୟତର କିରାଖାଇ ଗ୍ରାମରେ ଜଣେ ଯୁବତୀ କୀଟନାଶକ ବିଷପାନ କରି ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକ ଜଣକ ହେଲେ ମିଟୁ ମହାରଣାଙ୍କ ଝିଅ ରାଧା ମହାରଣା (୧୭)। ବିଷପାନ ପରେ ବୁଧବାର ଅପରାହ୍ନରେ ତାଙ୍କୁ ପ୍ରଥମେ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ଆଜି ସନ୍ଧ୍ୟାରେ ନିଜ ଗ୍ରାମରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି । ବିଷପାନର କାରଣ ଅସ୍ପଷ୍ଟ ରହିଛି ।
