ବଲାଙ୍ଗିର: ବଲାଙ୍ଗିର ସହରରରୁ ଆସିଛି ଏକ ବଡ଼ ଖବର । ସହରର ପାଟଣା ଛକରେ ଜଣେ ଫରେଷ୍ଟର ବାବୁଙ୍କୁ ମାତାଲ ଅବସ୍ଥାରେ ଉଦ୍ଧାର କରିଛି ବଲାଙ୍ଗିର ଟାଉନ ଥାନା ପୋଲିସ । ମଦ ପିଇ କାର ଚାଲାଉ ଥିଲେ । ଆଉ ଲୋକଙ୍କ ଉପରକୁ ଚଢ଼ାଇ ଦେଉଥିଲେ । ଜଣେ ବାଇକ ଆରୋହୀ ଆହତ ହୋଇଥିବା ବେଳେ ଫରେଷ୍ଟର ବାବୁଙ୍କ ନାମ ଦିବସ କୁମାର ମାଝୀ ଓ ବଙ୍ଗୋମୁଣ୍ଡା ବ୍ଲକରେ ସେ କାର୍ଯ୍ୟରତ ଅଛନ୍ତି । ତାଙ୍କ ଉପରେ ନିଶାସକ୍ତ ଅବସ୍ଥାରେ ଲୋକଙ୍କ ଉପରକୁ କାର୍ ଚଢ଼ାଇବା ଅଭିଯୋଗ ହୋଇଛି । ଏହି ଖବର ପାଇବା ପରେ ଟାଉନ ଥାନା ପୋଲିସ ତାଙ୍କୁ ଅଟକ ରଖି ତାଙ୍କ କା?ର୍କୁ ଜବତ କରିଥିବା ସୂଚନା ରହିଛି ।
