ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ର ପ୍ରଥମ ବଡ ସବ ଡିଭିଜନ ବାଲିଗୁଡା। ଏହି ଉପଖଣ୍ଡରେ ବହୁ ଦୁର୍ଗମ ଅଞ୍ଚଳ ରହିଛି । ଏହା ଏକ ଆର୍ôଥକ ଅନର୍ଗସର ଅଞ୍ଚଳ ଓ ପଛୁଆ ଜିଲ୍ଲା। ଏଠି ୭୮ ପ୍ରତିଶତ ବିପିଏଲ। ସ୍ୱାସ୍ଥ୍ୟ ସେବା ଏଠି ଭଲ ନାହିଁ। ରୋଗୀ ବ୍ରହ୍ମପୁର ଘରୋଇ ଡାକ୍ତର ଖାନାରେ ଚିକିତ୍ସା ହୁଅନ୍ତି। ବିଶାଖା ପାଟଣା,ଭୁବନେଶ୍ୱର ଓ କଟକ ଯାଆନ୍ତି। ଫୁଲବାଣୀରେ ମଧ୍ୟ ଅବସ୍ଥା ସେଭଳି । ମେଡିକାଲ କଲେଜ ଥିଲେ ମଧ୍ୟ ନଥିଲା ଭଳି। ଅସହାୟ ଲୋକେ ଦୁର୍ଗମ ଅଂଚଳରୁ ଚିକିତ୍ସା ପାଇଁ ବାଲିଗୁଡା ସବ ଡିଭିଜନାଲ ହସ୍ପିଟାଲ କୁ ଆସନ୍ତି । ସେମାନଙ୍କୁ ଆମ୍ବୁଲାନ୍ସ ମିଳେ ନାହିଁ। ଖର୍ଚ୍ଚାନ୍ତ ହୋଇ ସେମାନେ ଟେକ୍ସି ଓ ଅଟୋ ରିକ୍ସା ରେ ଆସନ୍ତି। କିନ୍ତୁ ବାଲିଗୁଡା ଉପଜିଲ୍ଲାପାଳ ଙ୍କ ହତା ମଧ୍ୟରେ ୧୫ ଲକ୍ଷ ଟଙ୍କାର ନୂଆଁ ଆମ୍ବୁଲାନ୍ସ ଖତ ଖାଉଛି। ସୂଚାନାଯୋଗ୍ୟ ଲୋକ ମାନଙ୍କର ଅନୁରୋଧ କ୍ରମେ ,ରୋଗୀ ଙ୍କର ସେବା ପାଇଁ ଭବାନୀପାଟଣାର ଭାଗିରଥି ମେମୋରିଆଲ ଟ୍ରଷ୍ଟ ପକ୍ଷୟରୁ ଏକ ଆମ୍ବୁଲାନ୍ସ ବାଲିଗୁଡା ପ୍ରଶାସନ କୁ ଡୋନେଟ କରାଯାଇଥିଲା। କିନ୍ତୁ ରୋଗୀଙ୍କର କାମରେ ଲଗାଇଲା ନାହିଁ ପ୍ରଶାସନ। “କମ୍ପାନୀ କା ମାଲ୍ ଦରିଆ ମେ ଡାଲ୍ “ସଦୃଶ ହୋଇଛି। କାମରେ ଲାଗିଲାନି ଯଦି ଆମ୍ବୁଲାନ୍ସ ଫେରଇ ଦେଇଥାନ୍ତେ ବା ତାର ରକ୍ଷଣାବେକ୍ଷଣ ବି କଲେ ନାହିଁ। ଖତ ଖାଉଥିବା ୧୫ ଲକ୍ଷ ଟଙ୍କାର ଆମ୍ବୁଲାନ୍ସ ପ୍ରତି ସ୍ୱାସ୍ଥ୍ୟ ପ୍ରଶାସନ ଓ ସାଧାରଣ ରାଜସ୍ୱ ପ୍ରଶାସନ ଙ୍କ ଦୃଷ୍ଟି ଗୋଚର ହେଉ ନାହିଁ। ଯାହା ଫଳରେ ଲୋକ ଆମ୍ବୁଲାନ୍ସ ସେବା ରୁ ବଞ୍ଚିତ ହେଉଛନ୍ତି।ଏଭଳି ଫୁଲବାଣୀ ଡାକ୍ତର ଖାନାକୁ ମଧ୍ୟ ଜାତୀୟ ରାଜ ପଥ ଓ ପରିବହନ ବିଭାଗ ଏକ ହାଇଟେକ ଆମ୍ବୁଲାନ୍ସ ପ୍ରଦାନ କରିଥିଲେ, ସେହି ଅମୁଲାନ୍ସ ଏଫସିଆଇ ଛକରେ ପଡି ପଡି ଖତ ଖାଇଲା ପରେ ଆରଟିଓ ନିଲାମ କରିଥିଲେ। ଜିଲ୍ଲାରେ ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ସରକାରୀ ଆମ୍ବୁଲାନ୍ସ ଖତ ଖାଉଛି ସେଗୁଡିକ ମରାମତି କରାଯାଉନାହିଁ। ଆଂଶିକ ଭାବେ ରୋଗୀ ଆମ୍ବୁଲାନ୍ସ ସେବା ପାଉଛନ୍ତି ଓ ଅଧିକାଂଶ ଘରୋଇ ଟେକ୍ସି ଅଟୋ ରିକ୍ସା ରେ ରୋଗୀକୁ ନିଆଯାଉଛି । ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଆମ୍ବୁଲାନ୍ସ ସେବା ରୋଗୀଙ୍କୁ ଉପଲବ୍ଧ କରାଇବା ପାଇଁ ପଦ କ୍ଷେପ ନେବାକୁ ବରିଷ୍ଠ ସାମ୍ବାଦିକ ତାପୋଷ କୁମାର ନାୟକ, କ୍ଷିପ୍ର ନ୍ୟାୟିକ ମଞ୍ଚର ପ୍ରତିଷ୍ଠାତା ସଦସ୍ୟ ମହମ୍ମଦ ଜିଆ ଉଦ୍ଦିନ ଅହମଦ, ଆଇନଜୀବୀ ତୁଷାର କାନ୍ତ ନାୟକ, ସମାଜ ସେବୀ ଅଶୋକ ପରିଡା ଓ ସମାଜ ସେବୀ ଆମନ କୁମାର ନାୟକ ଜିଲ୍ଲା ମୁଖ୍ୟ ଚିକିତ୍ସକ ଅଞ୍ଜଳି ଶତପଥି ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
