ବାଲିଗୁଡା: ବାଲିଗୁଡା ରୁ ସ୍କୁଟି ରେ ବିଶିପଡା ଯାଉଥିବା ଜଣେ ବ୍ୟକ୍ତି ଙ୍କୁ ପିଛା କରିବା ସହ ଡକାୟତି ଘଟଣା ରେ ଦୁଇ ଜଣ ଅଭିଯୁକ୍ତ କୁ ଗିରଫ କରିଛି କ.ନୂଆଗାଁ ପୋଲିସ ।ଗିରଫ ଦୁଇ ଅଭିଯୁକ୍ତ ସାରଙ୍ଗଡ଼ ଥାନା ଅଂଚଳ ର କିରଣ ସିଙ୍ଗ ପାତ୍ର ଓ ରବି ଚନ୍ଦ୍ର ପାତ୍ର । କ. ନୂଆଗାଁ ଥାନା ରାଇକିଆ ଛକ ରୁ ଫୁଲବାଣୀ ରାସ୍ତାରେ ଜଣେ ବ୍ୟକ୍ତି ଙ୍କୁ ପିଛା କରି ଦୁଇ ଅଭିଯୁକ୍ତ ସ୍କୁଟି ର ପଛ ପଟେ ଧକ୍କା ଦେଇଥିଲେ ।ପରେ ମାଡ଼ ମାରି ମୋବାଇଲ ଓ ଦୁଇ ହଜାର ଟଙ୍କା ଓ ସ୍କୁଟି ଚାବି ଛଡାଇ ନେଇ ଫେରାର ହୋଇଥିଲେ । କ.ନୂଆଗାଁ ଥାନା ରେ ଅଭିଯୋଗ ପରେ ଦୁଇ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
