ବାଲିଗୁଡା: କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡ଼ା ପଞ୍ଚାୟତ ର କପୂଗୁଡ଼ା ଗ୍ରାମ ବାସୀ ଅଭିନବ ପ୍ରତିବାଦ କାଦୁଅ ରାସ୍ତା ରେ ଲଗାଇଲେ ଧାନ ତଳି । ସରକାର ଗାଁକୁ ରାସ୍ତା ନିର୍ମାଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ କରୁଛି । ସରକାର ଅର୍ଥ ଠିକ୍ ସ୍ଥାନରେ ଖର୍ଚ୍ଚ ନ ହେବା ରୁ ଗ୍ରାମାଞ୍ଚଳରେ ବସବାସ କରୁଥିବା କିଛି ଜନସାଧାରଣ ନାନା ପ୍ରକାର ଅସୁବିଧାର ଭୋଗୁଛନ୍ତି । ଅଞ୍ଚଳବାସୀ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ ପରେ ନିରାଶ ହେବା ପରେ ଶେଷରେ କାଦୁଅ ରାସ୍ତା ରେ ଧାନ ତଳି ରପୋଣ କରି ସରକାରଙ୍କୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଗାଁକୁ ନିର୍ମାଣ ହୋଇଥିବା ମାଟି ରାସ୍ତା ର ଅବସ୍ଥା ଶୋଚନୀୟ ହୋଇପଡିଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ବିଦ୍ୟାଳୟ ଯିବା ଖରା ବର୍ଷା ଏହି ଖାଲଖମା ରାସ୍ତା ଉପରେ ଯାତାୟାତ କରୁଛନ୍ତି ।

ଏହି ରାସ୍ତା ଟି ମଗଡ଼ିଙ୍ଗିଆ ସ୍କୁଲ ଛକ ଠାରୁ କପୂଗୁଡ଼ା,ମାହାଗୁଡ଼ା ,ଅଲିକୁଟି,କେହେଲିଗାଣ୍ଡା, ଦେଇ ଉପର କଙ୍ଗେରିକିଆ ଗ୍ରାମ କୁ ୩ କିଲୋ ମିଟର ପଥର ଓ ମାଟି ରାସ୍ତା ଉପରେ ସାତ ଶହ ରୁ ଉର୍ଦ୍ଧ ଜନସାଧାରଣ ଏହି ମାଟି ରାସ୍ତା ଉପରେ ନିର୍ଭର କରନ୍ତି । ରାସ୍ତା ଟି ଖାଲଖମା ପୂର୍ଣ୍ଣ ହୋଇଥିବା ବେଳେ ବର୍ଷା ଦିନେ ରାସ୍ତା କାଦୁଅ ରେ ଭାସୁଛି । ଗୁରୁତ୍ୱ ରୋଗୀ କିମ୍ବା ଜରୁରୀକାଳୀନ ସେବା ପାଇଁ ରାସ୍ତା କାଦୁଅ ପଚପଚ ଯୋଗୁଁ ଗ୍ରାମକୁ ଆସି ପାରୁନଥିବା କହିଛନ୍ତି ଅଞ୍ଚଳବାସୀ । ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅନୁରୋଧ ପରେ ପ୍ରଶାସନ ନ ଶୁଣି ଶେଷରେ ଆଜି ଗ୍ରାମର ପୁରୁଷ ମହିଳା ଏକାଠି ହୋଇ ଅତ୍ୟଧିକ କାଦୁଅ ପଚପଚ ରାସ୍ତା ଉପରେ ଧାନ ତଳି ରୋଇ ପ୍ରତିବାଦ ଜଣେଇ ଥିଲେ । ପ୍ରଶାସନ ଗ୍ରାମ ବାସୀ ଙ୍କ ସମସ୍ୟା ହୃଦବୋଧ କରି ଯଥା ଶିଘ୍ର ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ରେ ସାମିଲ କରିବା ସହ ନୂତନ ରାସ୍ତା ନିର୍ମାଣ ପାଇଁ ନିରାକାର ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ,ଶିଖ ଚନ୍ଦ୍ର ପ୍ରଧାନ,ସୁରଥ ବଗର୍ତ୍ତୀ,ଭିମରାଜ ମଲିକ, ଯୁବରାଜ ମଲିକ,ଗୈରଚନ୍ଦ୍ର ବିନ୍ଧାଣି,ଶୁବର୍ଣ୍ଣ ବେହେରା, ପବିତ୍ର ବେହେରା,ଭମରାଜ ପ୍ରଧାନ, ଗୋପବନ୍ଧୁ ଦିଗାଲ, ଦାବି କରିଛନ୍ତି ।
