ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଜନ ନାୟକ,ଦକ୍ଷ ସଙ୍ଗଠକ ଶ୍ରୀଯୁକ୍ତ କାହ୍ନୁ ଚରଣ ଲେଙ୍କା। ତାଙ୍କ ଦେହାନ୍ତର ୨୧ ଦିନରେ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ବିନ୍ଦୁସାଗର ଶ୍ରାଦ୍ଧ ଘାଟ, ଉତ୍ତରେଶ୍ୱର ନିକଟରେ ତିଳ ତର୍ପଣ ଦିଆଯାଇଥିଲା।ତିଳ ତର୍ପଣ ଦେବା ପରେ ପରେ ସୁସଜ୍ଜିତ ପଟ୍ଟଚିତ୍ର ନିକଟରେ ବେଦ ପାଠ, ଦୀପ ପ୍ରଜ୍ୱଳନ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବତନ ମନ୍ତ୍ରୀ, ବିଧାୟକ, ବରିଷ୍ଠ ସଙ୍ଗଠକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଏପରି କାର୍ଯ୍ୟ କରାଯାଇଥିଲା। ଏଥିରେ ପୂର୍ବତନ କର୍ପୋରେଟର ବାବୁଲି ସମର୍ଥା, ରାଧା ମହାପାତ୍ର, ଗିରିଜା ଶଙ୍କର ମହାପାତ୍ର, ଉଲ୍ଲାସ ମହାପାତ୍ର, ସମୀର ରଥ, ତାରା ଚରଣ ଆଚାର୍ଯ୍ୟ, ଦାମୋଦର ସାମନ୍ତରାୟ, ରାମ ଚନ୍ଦ୍ର ରଥ, ପ୍ରଣବ ଛୋଟରାୟ, ବାଙ୍ଗଲା ମଲିଆ, ଜଟଣୀର ପୂର୍ବତନ ଚେୟାରମ୍ୟାନ୍ ଗୈ।ରୀ ଶଙ୍କର, ସ୍ନେହ ମହାପାତ୍ର ଓ ଆହୁରି ଅନେକ ତିଳ ତର୍ପଣ କାର୍ଯ୍ୟରେ ଭାଗ ନେଇଥିଲେ।
