ପୁରୀ: ସୁରଜମଲ ସାହା ମହାବିଦ୍ୟାଳୟରେ +୩ ଛାତ୍ରୀମାନଙ୍କ ପାଇଁ ୮ ଦିନିଆ ଆତ୍ମରକ୍ଷା ପ୍ରଶିକ୍ଷଣ ଆୟୋଜିତ ହୋଇଯାଇଅଛି। କାର୍ଯ୍ୟକ୍ରମ ଶିକ୍ଷା ବିଭାଗର ଅଧ୍ୟାପିକା ଓ ସମନ୍ୱୟକାରୀ ଅନାମିକା ସାହୁ ଓ ପାଠାଗାର ପରିଚାଳିକା ଗୀତାରାଣୀ ଦାଶଙ୍କ ତତତ୍ୱାବଧାନରେ ଆୟୋଜିତ ହୋଇଥିଲା।ଉଦଯାପନ ସମାରୋହରେ ଅନୁଷ୍ଠାନର ଅଧ୍ୟକ୍ଷ ଶରତ କୁମାର ସାହୁ, ପ୍ରଶାସନିକ ବର୍ସାର ସୁଜାତା ବେହେରା, ମୁଖ୍ୟ କିରାଣୀ ବଳରାମ ମିଶ୍ର ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ଓ ମାନପତ୍ର ପ୍ରଦାନ କରିଥଲେ। ଏହି ପ୍ରଶିକ୍ଷଣ ଶିବିରର ମୂଳ ଉଦ୍ଦେଶ୍ୟ ଥିଲା ଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସୀ କରିବା ସହିତ ସମୟୋପଯୋଗୀ ସ୍ଥିତିରେ ସ୍ୱୟଂରକ୍ଷା କୌଶଳ ଶିଖାଇବା। ପ୍ରଶିକ୍ଷଣ ସମୟରେ ବିଭିନ୍ନ ପ୍ରାକ୍ଟିକାଲ୍ ଓ ଡେମୋନଷ୍ଟ୍ରେସନ ମାଧ୍ୟମରେ ଛାତ୍ରୀମାନେ ସ୍ୱୟଂରକ୍ଷା କୌଶଳ ଅଭ୍ୟାସ କରିଥିଲେ।କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରୀ ଏହାକୁ ଉପକାରକ ଓ ପ୍ରେରଣାଦାୟକ ବୋଲି ମତ ପ୍ରକାଶ କରିଥିଲେ।
