ପୁରୀ: ଶ୍ରୀମନ୍ଦିର ନୀତି ପ୍ରଶାସକ ଭାବେ ସୋମବାର କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଠି । ପୂର୍ବତନ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ଶ୍ରୀ ପୃଷ୍ଟି ଏହି ଦାୟିତ୍ୱ ଗ୍ରହଣ କରିଥିଲେ। ଗତକାଲି ବିଧିବଦ୍ଧ ଭାବେ ଶ୍ରୀ ପୃଷ୍ଟି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିବା ବେଳେ ପୂଜାପାଠ କରିଥିଲେ।ନୂତନ ନୀତି ପ୍ରଶାସକଙ୍କୁ ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ ସ୍ୱାଗତ କରିଥିଲେ। ଶ୍ରୀମନ୍ଦିରର ସମସ୍ତ ସେବାୟତ ଓ କର୍ମଚାରୀ ମାନଙ୍କ ସହ ଉତ୍ତମ ସମନ୍ୱୟ ରକ୍ଷାକରି ଆଗାମୀ ଦିନରେ ମହାପ୍ରଭୁଙ୍କ ନୀତି କାର୍ଯ୍ୟ ଶୃଙ୍ଖଳିତ ଓ ସମୟ ଅନୁସାରେ ସମ୍ପାଦନ ପାଇଁ ଚେଷ୍ଟା କରିବେ ।
