ତେହେରାନ: ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କଙ୍କ ପତ୍ନୀ ମନସୁରେହ ଖୋଜାସ୍ତେ ବାଘେରଜାଦେହଙ୍କ ମୃତ୍ୟୁ ଘଟିଛି ବୋଲି ସୋମବାର ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଇରାନର ସରକାରୀ ଗଣମାଧ୍ୟମ, ପ୍ରେସ୍ ଟିଭି ସୋମବାର ଘୋଷଣା କରିଛି ଯେ ଆକ୍ରମଣ ପରେ ସେ ସହୀଦ ହୋଇଛନ୍ତି। ଅଲି ଖାମେନିଙ୍କ ଝିଅ, ନାତି, ପୁତ୍ରବଧୂ ଏବଂ ଜ୍ୱାଇଁ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଏବଂ ଆମେରିକା ଦ୍ୱାରା ଇରାନ ଉପରେ ଏକ ମିଳିତ କ୍ଷେପଣାସ୍ତ୍ର ଆକ୍ରମଣ ପରେ, ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ପାଇଛି, ତେହେରାନ ଏହି ଅଞ୍ଚଳରେ ଥିବା ଆମେରିକୀୟ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରି ଥିଲା। ମିଳିତ ଆକ୍ରମଣରେ, ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ସହ ତାଙ୍କ ଝିଅ, ନାତି, ପୁତ୍ରବଧୂ ଏବଂ ଜ୍ୱାଇଁଙ୍କ ମୃତ୍ୟୁ ହୋଇଥିଲା। ୟୁଏଇ ମଧ୍ୟ ତେହେରାନରେ ଏହାର ଦୂତାବାସ ବନ୍ଦ କରିବା ଏବଂ ଇସଲାମିକ ଗଣରାଜ୍ୟ ଇରାନରୁ ଏହାର ରାଷ୍ଟ୍ରଦୂତ ଏବଂ ଏହାର ସମସ୍ତ କୂଟନୈତିକ ମିଶନର ସଦସ୍ୟଙ୍କୁ ପ୍ରତ୍ୟାହାର କରିବାର ଘୋଷଣା କରିଛି।
