ଚଣ୍ଡିଖୋଲ: ବଡ଼ଚଣା ବ୍ଲକ ଅନ୍ତର୍ଗତ ବନ୍ତଳା ପଂଚାୟତ ଉପୁଳା ଗାଁରେ ଶନିବାର ରାତିରେ ସଂକୀର୍ତ୍ତନ ସାରି ଫେରୁଥିବା ବେଳେ ଦୃଘଟଣାରେ ସମ୍ମୁଖୀନ ହୋଇ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଥିଲା ବେଳେ ୩ଜଣ ଆହତ ହୋଇଥିଲେ। ମୃତ ଯୁବକ ଦ୍ୱୟ ହେଲେ ଉପେନ୍ଦ୍ର ମଲିକ ଓ ଚନ୍ଦନ ମଲିକଙ୍କ ପରିବାରଙ୍କୁ ସାକ୍ଷାତ କରି ସେମାନଙ୍କୁ ସମବେଦନା ଜଣାଇଥିଲେ ବଡ଼ଚଣା ବିଧାୟକ ଅମର କୁମାର ନାୟକ କ୍ଷ ଦୃଘଟଣାରେ ଗୁରୁତର ହୋଇଥିବା ଲଷ୍ମୀଧର ମଲିକଙ୍କ ଆସୁଆରୋଗ୍ୟ କାମନା କରିଥିଲେ କ୍ଷ ବିଧାୟକ ଙ୍କ ସହିତ ମଣ୍ଡଳ ସଭାପତି ବିମଳ ପ୍ରଧାନ, ଜିଲା ବିଜେପି କାର୍ଯ୍ୟକାରି ସଭାପତି ଲଲାଟେନ୍ଦୁ ମହାପାତ୍ର,ଯୁବ ନେତା ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ କ୍ଷ ସେହିପରି ବିଜେଡି ନେତା କ୍ୟାପଟେନ ରାଜନାରାୟନ ମହାପାତ୍ର ମୃତକ ପରିବାରଙ୍କୁ ସାକ୍ଷାତ କରି ସମବେଦନା ଜଣାଇଥିଲେ କ୍ଷ ତାଙ୍କ ସହିତ ସରପଞ୍ଚ ଜ୍ଞାନରଞ୍ଜନ ସାହୁ, ପ୍ରାକ୍ତନ ଜିଲ୍ଲାପରିଷଦ ସଭ୍ୟ ମାନଗୋବିନ୍ଦ ସେଠୀ, ପଂଚାୟତ ବିଜେଡି ସଭାପତି ଅନାମ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଉଭୟେ ନେତା ମୃତ ଓ ଆହତ ପରିବାର କୁ ସାହାଯ୍ୟ କରିଥିବା ଜଣାପଡିଛି।
