ପୁରୀ: ମହାପ୍ରଭୁଙ୍କ ରଥଯାତ୍ରା ଚାଲିଥିବା ବେଳେ ନବକଳେବର ରୋଡ୍?ରେ ଥିବା ଏକ ବିଜୁଳି ଖୁଣ୍ଟ ଆଜି ବଡ଼ି ଭୋରରୁ ଜଳିଯାଇଛି। ପାର୍କ ହୋଇ ନିଆଁ ଝୁଲ ପଡ଼ିବା ପରେ ଖୁଣ୍ଟରେ ଗୁଡ଼ା ହୋଇଥିବା କେବୁଲ୍ରେ ନିଆଁ ଲାଗିବାରୁ ହୁତ୍ ହୁତ୍ ହୋଇ ଜଳିବାକୁ ଲାଗିଥିଲା। ସେହି ରାସ୍ତା ଦେଇ ବାଇକ୍?ରେ ଯାଉଥିବା ଜଣେ ଯୁବକଙ୍କ ଉପରେ ନିଆଁ ପଡ଼ିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପୁରୀ ସଦରମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ୨୦ ମିନିଟ୍ ଧରି ନିଆଁ ଜଳିଥିବା ବେଳେ ୧୫ ମିନିଟ୍ ଧରି ଯୁବକ ଜଣକ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଦେଖାଯାଇଥିଲା। ଅଗ୍ନିଶମ ସେବାସଂସ୍ଥା ଖବର ପାଇ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛି। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଯୁବକଙ୍କ ପରିଚୟ ମିଳିପାରିନି। ଶ୍ରୀଗୁଣ୍ଡିଚା ମନ୍ଦିରଠାରୁ ମାତ୍ର ୫୦ରୁ ଶହେ ମିଟର ଦୂରତା ଭିତରେ ଏହି କାଣ୍ଡ ଘଟିଛି। ଠାକୁର ଏବେ ଆଡ଼ପମଣ୍ଡପରେ ବିଜେ କରିଥିବାରୁ ଏଠାରେ ଗହଳି ଚହଳି ଲାଗି ରହିଛି। ଏଭଳି ସ୍ଥିତିରେ ଅଠରନଳାରୁ ସିଧା ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସୁଥିବା ନବକଳେବର ରୋଡ୍ କଡ଼ରେ ଏକ ବିଜୁଳି ଖୁଣ୍ଟି ଏଭଳି ଅଧଘଣ୍ଟାଏ ଜଳିବା ପରେ ମଧ୍ୟ କେହି ପହଞ୍ଚି ପାରି ନଥିଲେ। ପ୍ରଥମେ ସର୍ଭିସ ତାରରେ ସ୍ପାର୍କ ହେବା ପରେ ନିଆ ଝୁଲ ଖସି ଏହି ବିଜୁଳି ଖୁଣ୍ଟରେ ଗୁଡ଼ା ହୋଇଥିବା କେବୁଲ୍?ରେ ପଡ଼ିଥିଲା। ତଳେ ଥିବା ବହୁତ ପରିମାଣର ପ୍ଲାଷ୍ଟିକ୍ କେବୁଲ୍?ରେ ନିଆଁ ଲାଗିଯିବା ପରେ ଆଉ ଲିଭିବାର ନାଁ ଧରିନଥିଲା । ଖୁଣ୍ଟିରେ ଲାଗିଥିବା ଏକାଧିକ ସର୍ଭିସ୍ ତାର ମଧ୍ୟ ଛିଣ୍ଡି ଗୋଟିଏ ପରେ ଗୋଟିଏ ତଳେ ପଡ଼ୁଥିଲା। ସେହି ସମୟରେ ବାଇକ୍ରେ ଯାଉଥିବା ଯୁବକଙ୍କ ଉପରେ ପଡ଼ିବାରୁ ଅଘଟଣ ଘଟିଥିଲା । ଏହା ପଛରେ ବେଆଇନ ବିଜୁଳି ସଂଯୋଗ ଥିବା ନେଇ ଅଭିଯୋଗ ଆସିଛି। ପାଖରେ ଏକ ହୋଟେଲ୍ ରହିଛି। ଏହାର ସମସ୍ତ ରୁମ୍ ଶୀତତାପ ନିୟନ୍ତ୍ରିତ କରାଯାଇଛି। କିନ୍ତୁ ଲୋଡ୍ କମ୍ ଦର୍ଶାଯାଇଛି। ଏଣୁ ଅଧିକ ଲୋଡ୍ ହେବାରୁ ତାର ସମ୍ଭାଳି ନ ପାରି ସ୍ପାର୍କ ହୋଇଛି ଏବଂ ଅଗ୍ନିକାଣ୍ଡ ଘଟିଛି ବୋଲି ଅଭିଯୋଗ ହୋଇଛି। ଏ ନେଇ ଆମ୍ ଆଜ୍?ମୀ ପାର୍ଟି ଜିଲ୍ଲା ସଭାପତି ସଞ୍ଜୀବ ମହାନ୍ତି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି। ସମ୍ପୃକ୍ତ ହୋଟେଲ୍?ର କେତେ ଲୋଡ୍ ଥିଲା? ସେହି ଲୋଡ୍?ପାଇଁ ସେ ଅନୁମତିପ୍ରାପ୍ତ ଥିଲେ କି ନାହିଁ ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ଟିପିସିଓଡିଏଲ୍ ଅଧୀକ୍ଷଣ ଯନ୍ତ୍ରୀ ସ୍ମୃତିରଞ୍ଜନ ସ୍ୱାଇଁ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି।
