ୱାସିଂଟନ: ସମ୍ପ୍ରତି ଇରାନ ଉପରେ ଚାଲିଥିବା ଆମେରିକା-ଇସ୍ରାଏଲ ସାମରିକ ଆକ୍ରମଣର ପ୍ରଭାବ ବିଷୟରେ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ୍। ସେ କହିଛନ୍ତି ଯେ ୪୮ ଜଣ ଇରାନୀ ନେତା ଗୋଟିଏ ମାଡ଼ରେ ନିପାତ ହୋଇଯାଇଛନ୍ତି। ଫକ୍ସ ନ୍ୟୁଜ୍ ସହିତ ଏକ ସାକ୍ଷାତକାରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ ବିରୁଦ୍ଧରେ ବହୁ ସଂଖ୍ୟକ ଇରାନୀ ନେତାଙ୍କୁ ନିପାତ କରାଯାଇଛି ଏବଂ ଏହା ସୂଚାଇଛନ୍ତି ଯେ ଅଭିଯାନ ଆଶାଠାରୁ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପେଣ୍ଟାଗନ ଏବଂ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ଆକ୍ରମଣର ଫଳାଫଳ ମୂଲ୍ୟାଙ୍କନ ଜାରି ରଖିଥିବା ସମୟରେ ଟ୍ରମ୍ପ୍ ଏଭଳି ମନ୍ତବ୍ୟ ଦେଇଛନ୍ତି। ଆକ୍ରମଣରେ ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲି ଖାମେନି ଏବଂ ଡଜନେ ଡଜନେ ବରିଷ୍ଠ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା। ସେ କହିଛନ୍ତି ଯେ ଇରାନୀ ବିପଦ କ୍ଷମତା ବିରୁଦ୍ଧରେ ଚାଲିଥିବା ସାମରିକ ଅଭିଯାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଥିଲା।
