ପୁରୀ: ଆମ୍ ଆଦ୍ମୀ ପାର୍ଟି ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିବା ସହ ମା ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିବା ସହ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିଥିଲେ । ସାଥିରେ ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦିପ୍ତ ଦାସ , ରାଜ୍ୟ ସମ୍ପାଦକ ପୁରୀ ଜିଲ୍ଲା ଦାୟିତ୍ୱରେ ଥିବା ଶ୍ରୀକାନ୍ତ ପାଣି , ଲିଗାଲ ସେଲ୍ ରାଜ୍ୟ ସଭାପତି ସିଦ୍ଧାର୍ଥ ପରିଡ଼ା ,ସାରଦା ଦାସ ଆଦି ରାଜ୍ୟ ନେତୃମଣ୍ଡଳୀ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି । ଦିଲ୍ଲୀ ନ୍ୟାୟାଳୟ ଦ୍ୱାରା ମିଳିଥିବା ଐତିହାସିକ ରାୟ ରେ ପାର୍ଟିର ସର୍ବୋଚ୍ଚ ନେତା ଅରବିନ୍ଦ କେଜ୍ରିୱାଲ ଏବଂ ମନିଷ ସିଶୋଡିଆଙ୍କୁ କଥା କଥିତ ମଦ ଘୋଟାଲାରେ ଦୋଷମୁକ୍ତ ଘୋଷଣା କରିଥିବାରୁ ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଦୀପଦାନ କରି ଦେଶବାସୀଙ୍କ ମଙ୍ଗଳ କାମନା କରିଥିଲେ । ସେବାୟତ ଲୋକନାଥ ପ୍ରତିହାରୀ ରାଜ୍ୟ ନେତୃମଣ୍ଡଳୀଙ୍କୁ ଶ୍ରୀଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପ୍ରଦାନ କରି ଶ୍ରୀଜୀଉଙ୍କ ଦର୍ଶନ କରାଇଥିଲେ । ଶ୍ରୀଜୀଉଙ୍କ ଦର୍ଶନ ପରେ ସିଦ୍ଧ ମହାବୀରଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ରାଜ୍ୟ ସଭାପତିଙ୍କ ସହ ରାଜ୍ୟ ନେତୃମଣ୍ଡଳୀ ସିଦ୍ଧ ମହାବୀର ଅଞ୍ଚଳର କାର୍ଯ୍ୟକର୍ତ୍ତାଙ୍କ ସହ ସାକ୍ଷାତ କରି ସେଠାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସାଂସଦ ସମ୍ବିତ ପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ଟଙ୍କା କେମିତି ବିନିଯୋଗ ହେଇଛି ଓ ସାଂସଦଙ୍କ ଖାମଖିଆଲି ମନୋଭାବ ଦେଖି ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ପରେ ଅନୁଷ୍ଠିତ ହୋଇଥିବା ବୈଠକରେ ଯୋଗଦେଇ ରାଜ୍ୟ ସଭାପତି ଆଗାମୀ ଜିଲ୍ଲାପରିଷଦ ଏବଂ ମହାନଗର ନିଗମ ନିର୍ବାଚନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଜଣକ ପରେ ଜଣେ କାର୍ଯ୍ୟକର୍ତ୍ତାଙ୍କ ସହ ସଂଗଠନ ଉପରେ ଆଲୋଚନା କରି ପଚାରି ବୁଝିଥିଲେ । ଆଗାମୀ ଗୋଟେ ମାସ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ସହ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ସହ ଯୋଡ଼ି ହେବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଗତକାଲି ମାନ୍ୟବର ନ୍ୟାୟାଳୟ ଙ୍କ ଐତିହାସିକ ରାୟ ଆମ ପାର୍ଟି ଏବଂ ଆମ ପାର୍ଟିର ନେତା ସବୁଠୁ ବଡ଼ ଇମାନ୍ଦାର ବା ସଚ୍ଚୋଟ ବୋଲି ପ୍ରମାଣ କରିଛି । ସର୍ବ ସମ୍ମୁଖରେ ବିଜେପି ର କୁ-ଚକ୍ରାନ୍ତ ଧରାପଡ଼ିଛି ବୋଲି ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି । ବହୁତ୍ ଦିନ ପାରେ ରାଜ୍ୟ ସଭାପତିଙ୍କ ପୁରୀ ଗସ୍ତ ଏବଂ କୋର୍ଟଙ୍କ ଐତିହାସିକ ରାୟ ଯୋଗୁଁ କାର୍ଯ୍ୟକର୍ତ୍ତା ଙ୍କ ଭିତରେ ଉତ୍ସାହ ପରିଲକ୍ଷିତ ହୋଇଛି। ଆଜିର ବୈଠକ ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ଙ୍କ ନେତୃତ୍ୱରେ ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଜିତ ମହାନ୍ତି, ଉପ ସଭାପତି ରବୀନ୍ଦ୍ର ନାଥ ସାହୁ , ମିଡିଆ ସଂଯୋଜକ ଅନିଲ କୁମାର ସେନାପତି, ସୋସିଆଲ ମିଡିଆ ସଂଯୋଜକ ସମୀର ସାମନ୍ତରାୟ, ନଗର ସଭାପତି ରମାକାନ୍ତ ସ୍ୱାଇଁ, କୃଷକ ନେତା ଦ୍ୱେ ପ୍ରଧାନ , ପୁରୀ ବିଧାନସଭା ସମ୍ପାଦିକା ସନ୍ଧ୍ୟାରାଣୀ ଦାଶ, ବ୍ରହ୍ମଗିରି ବ୍ଲକ ସଭାପତି ଯୁଧିଷ୍ଠିର ବାରିକ, ରାକେଶ ନନ୍ଦ , ଜନ୍ମଜୟ ଜେନା , ବିଭୂତି ଭୂଷଣ ମାଲିଆ , ଲିଙ୍ଗରାଜ ଜେନା , ବିଶ୍ୱଜିତ୍ ପରିଡ଼ା ଆଦି ପ୍ରମୁଖ ସଦସ୍ୟ ଯୋଗ ଦେଇଥିଲେ ।
