ନୂଆଦିଲ୍ଲୀ: ସଂପ୍ରତି ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ତେବେ ଇରାନ ପ୍ରତିଶୋଧ ପାଇଁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଥିବା ଆମେରିକା ସାମରିକ ଘାଟି ଉପରେ ଆକ୍ରମଣ ଆରମ୍ଭ କରିଛି। ଏଭଳି ପରିସ୍ଥିତିକୁ ନଜରରେ ରଖି ଏୟାର ଇଣ୍ଡିଆ ମାର୍ଚ୍ଚ ୧ରେ ଅନେକ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବାତିଲ କରିଛି। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ ଲଣ୍ଡନ, ଟୋରଣ୍ଟୋ, ଫ୍ରାଙ୍କଫର୍ଟ, ପ୍ୟାରିସ ଏବଂ ଚିକାଗୋ ସମେତ ପ୍ରମୁଖ ବିଶ୍ୱ ଗନ୍ତବ୍ୟସ୍ଥଳଗୁଡ଼ିକୁ ସେବା ସ୍ଥଗିତ ରଖିବା ଘୋଷଣା କରିଛି।
