ନୋଏଡ଼ା: କ୍ରିକେଟର ରିଙ୍କୁ ସିଂହଙ୍କ ପିତା ଖାନଚାନ୍ଦ ସିଂହଙ୍କର ଶୁକ୍ରବାର ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ପରଲୋକ ଘଟିଛି। ଖାନଚାନ୍ଦ ଚତୁର୍ଥ ପର୍ଯ୍ୟାୟ କର୍କଟ ରୋଗରେ ପୀଡିତ ଥିଲେ। ତାଙ୍କ ଅନ୍ତିମ ସଂସ୍କାର ଆଲିଗଡ଼ରେ କରାଯିବ ବୋଲି ଜଣାପଡ଼ିଛି। ହସ୍ପିଟାଲର ମୁଖପାତ୍ର ଡାକ୍ତର ସୁନୀଲ କୁମାର କହିିଛନ୍ତି ଯେ ଖାନଚାନ୍ଦ ମୃତ୍ୟୁସହ ସଂଘର୍ଷ କରୁଥିଲେ। ଗତ କିଛି ଦିନ ମଧ୍ୟରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା, ଯାହା ଫଳରେ ତାଙ୍କୁ ଫେବ୍ରୁଆରୀ ୨୧ରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ସୋସିଆଲ ମିଡିଆରେ ଶୋକସନ୍ତପ୍ତ ପରିବାର ପ୍ରତି ତାଙ୍କର ସମବେଦନର ଜଣାଇଛନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହି ସପ୍ତାହର ଆରମ୍ଭରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବା ଜଣାପଡିଛି, ଯାହା ପରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା
