ଚେନ୍ନାଇ: ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ତିନିଥରର ମୁଖ୍ୟମନ୍ତ୍ରୀ ଏବଂ ଏଆଇଡିଏମ୍କେରୁ ବହିଷ୍କୃତ ନେତା ଓ ପନ୍ନିରସେଲଭମ ଶୁକ୍ରବାର ନିଜ ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଏବଂ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ଉପସ୍ଥିତିରେ ଶାସକ ଡିଏମକେରେ ଯୋଗ ଦେଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟା ଜେ. ଜୟଲଳିତାଙ୍କର ସେ ଜଣେ ବିଶ୍ୱସ୍ତ ବ୍ୟକ୍ତି ଥିଲେ। ତେବେ ଏଆଇଏଡିଏମକେରେ ନେତୃତ୍ୱ ନିୟନ୍ତ୍ରଣ ପାଇଁ ଏଡ଼ାପ୍ପାଡି ପଲାନିସ୍ୱାମୀଙ୍କ ସହିତ ଦୀର୍ଘ ଲଢ଼େଇ ପରେ ତାଙ୍କୁ ୨୦୨୨ ମସିହାରେ ପାର୍ଟିରୁ ବହିଷ୍କାର କରାଯାଇଥିଲା। କିନ୍ତୁ ଏଆଇଡିଏମକେର ମୁଖ୍ୟ ଶତ୍ରୁ ଡିଏମକେରେ ଯୋଗଦେବାର ତାଙ୍କର ନିଷ୍ପତ୍ତି ନିର୍ବାଚନକୁ ଏକ ଅପ୍ରତ୍ୟାଶିତ ମୋଡ଼ ଦେଇଛି। ଫେବ୍ରୁଆରୀ ୨୦ରେ ଷ୍ଟାଲିନଙ୍କୁ ଭେଟି ଗତ ପାଞ୍ଚ ବର୍ଷ ମଧ୍ୟରେ ସଫଳ ଏବଂ ସୁଶାସନ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ପାଇଁ କହିଥିଲେ। ସେ ଆହୁରି କହିଛନ୍ତି ଯେ ତାମିଲନାଡୁରେ ଡିଏମକେ ଦଳର କ୍ଷମତାକୁ ଫେରିବାର ଏକ ଭଲ ସମ୍ଭାବନା ଅଛି।
