ଭଂଜନଗର: କନ୍ଧମାଳରୁ ବ୍ରହ୍ମପୁର ଅଭିମୁଖେ କାର୍ ରେ ଗଞ୍ଜେଇ ଚାଲାଣ । ଗଂଜାମ ଜିଲ୍ଲା ଭଂଜନଗର ପୋଲିସ ହାତରେ ଧରାପଡ଼ିଛନ୍ତି, ସଂପୃକ୍ତ ଚାଲାଣକାରୀ ମାନେ । ଘଟଣା ପ୍ରକାରେ ଅଭିଯୁକ୍ତ ମାନେ ଏକ କାର୍ ରେ ଗଞ୍ଜେଇ ଧରି କନ୍ଧମାଳରୁ ଆସୁଥିବା ବେଳେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ଡହ ରୋଡ୍ ରେ ଗାଡ଼ିକୁ ଯାଞ୍ଚ କରିଥିଲା ଭଂଜନଗର ଥାନା ପୋଲିସ । ଘଟଣା ସ୍ଥଳରୁ କାର୍ ଭିତରୁ ଦୁଇଟି ବସ୍ତା ରେ ଥିବା ୩୫ କିଲୋ ଗଞ୍ଜେଇ ଜବତ କରିଥିଲା ପୋଲିସ । ଏହାସହ କାର୍ କୁ ମଧ୍ୟ ଜବତ କରିବା ସହ, ୨ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ଅଭିଯୁକ୍ତ ମାନେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳର ହୋଇଥିବା ବେଳେ, ସେମାନେ ବ୍ରହ୍ମପୁରକୁ ଗଞ୍ଜେଇ ଚାଲାଣ କରୁଥିଲେ ବୋଲି, ଭଂଜନଗର ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଭଂଜନଗର ଏସଡିପିଓ ଡଃ ଦୀପକ୍ କୁମାର ମିଶ୍ର ।
