ଭଂଜନଗର: ନିଖୋଜ ଯୁବକର ମୃତଦେହକୁ ଗଂଜାମ ଜିଲ୍ଲା ତାରାସିଙ୍ଗି ଥାନା ଅନ୍ତର୍ଗତ କୁଲାଡ ନିକଟ ବଡନଦୀରୁ ଉଦ୍ଧାର କରିଛି, ଭଂଜନଗର ଅଗ୍ନିଶମ ବାହିନୀ । ଘଟଣା ସ୍ଥଳରୁ ମୃତଦେହକୁ ଜବତ କରିଛି ପୋଲିସ । ମୃତ ଯୁବକ ଜଣକ ତାରାସିଙ୍ଗି ଥାନା ଅନ୍ତର୍ଗତ କୃଷ୍ଣପଲ୍ଲୀ ଗ୍ରାମର ବାପୁନା ନାୟକ । ରଥଯାତ୍ରା ଦିନ ନିକଟସ୍ଥ କୁଲାଡକୁ ଯାଇଥିଲେ ରଥଯାତ୍ରା ଦେଖିବା ପାଇଁ । ରଥ ଯାତ୍ରା ଦେଖି ସାରିବା ପରେ ରାତିରେ ଗାଁ କୁ ସାଇକଲ୍ ରେ ଫେରୁଥିଲେ । ରାସ୍ତାରେ ଧନଞ୍ଜୟପୁର ନିକଟ ବଡନଦୀରେ ପାରି ହେଉଥିବା ବେଳେ, ଅସାବଧାନତା ବଶତଃ ପାଣିରେ ଭାସି ଯାଇଥିଲେ । ପରିବାର ଲୋକେ ଖୋଜାଖୋଜି ପରେ କୈ।ଣସି ସନ୍ଧାନ ନମିଳିବାରୁ ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାସହ ଭଂଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି ପରେ ନଦୀ ଭିତରୁ ତାଙ୍କର ସାଇକେଲ ଉଦ୍ଧାର ହୋଇଥିଲା । ଏବଂ ନଦୀ ପଠାରେ ପଡିଥିବା ପୋଷାକ ଓ ଚପଲ ମଧ୍ୟ ଚିହ୍ନଟ ହୋଇଥିଲା । ରାତି ହୋଇ ଯାଇଥିବାରୁ ପରଦିନ ପୁଣି ନଦୀରେ ଖୋଜାଖୋଜି ପରେ, ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଦେହକୁ ଜବତ କରି, ଭଂଜନଗର ମେଡ଼ିକାଲକୁ ବ୍ୟବଛେଦ ପାଇଁ ପଠାଇ, ତଦନ୍ତ ଚଳାଇଛି ତାରାସିଙ୍ଗି ଥାନା ପୋଲିସ ?।
