କଲମ୍ବୋ : ଟି୨୦ ବିଶ୍ୱକପ୍ ସୁପର ଏଇଟ୍ ମୁକାବିଲାରେ ଆଜି ଇଂଲଣ୍ଡ ଠାରୁ ୫୧ ରନରେ ହାରି ଯାଇଛି ସହ ଆୟୋଜକ ଶ୍ରୀଲଙ୍କା । ନିଜ ଘରୋଇ ପିଚରେ ଇଂଲଣ୍ଡକୁ ଭଲ ଭାବେ ଟକ୍କର ବି ଦେଇ ପାରି ନାହିଁ । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଦଳ ଫିଲିପ୍ ସଲ୍ଟଙ୍କ ଅର୍ଦ୍ଧଶତକ ସହାୟତାରେ ୯ ୱିକେଟ୍ ହରାଇ ୧୪୬ ରନ୍ କରିଥିଲା । ଓପ୍ନର ସଲ୍ଟ ୪୦ଟି ବଲ୍ ଖେଳି ୬ ଚ?କା ଓ ୨ଟି ଛକା ସହାୟତାରେ ୬୨ ରନ୍ କରିଥିଲେ । ତେବେ ଅନ୍ୟ କେହି ଭଲ ସ୍କୋର କରି ପାରି ନଥିଲେ । ତେବେ କମ୍ ରନରେ ଇଂଲଣ୍ଡକୁ ସୀମିତ ରଖି ଶ୍ରୀଲଙ୍କା ଯେଉଁ ଖୁସି ହେଉଥିଲା ତାକୁ ଇଂଲଣ୍ଡ ବୋଲର ଅଳ୍ପ ସମୟ ଭିତରେ ମାଟିରେ ମିଶାଇ ଦେଲେ । ଶ୍ରୀଲଙ୍କା ଦଳ ୧୬.୪ ଓଭରରେ ମାତ୍ର ୯୫ ରନ୍ କରି ଅଲଆଉଟ୍ ହୋଇ ଯାଇଛି । ଅଧିନାୟକ ଦାସୁନ ସନକା ସର୍ବାଧିକ ୩୦ ରନ୍ କରିଥିବା ବେଳେ ୭ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ଶ୍ରୀଲଙ୍କା ପାଲିକକେଲେ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିଲା । ଇଂଲଣ୍ଡ ତରଫରୁ ୱିଲ୍ ଜ୍ୟାକ୍ସ ୩ଟି ଏବଂ ଜୋଫ୍ରା ଆର୍ଚର, ଲିଆମ ଡସନ ଓ ଆଦିଲ ରସିଦ ୨ଟି ଲେଖାଏଁ ୱିକେଟ୍ ଦଖଲ କରିଥିଲେ । ୱିଲ୍ ଜ୍ୟାକ୍ସ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଭାବେ ବିବେଚିତ ହୋଇଛନ୍ତି ।
