ବଣାଇ: ରାଉରକେଲା ବନଖଣ୍ଡର ବାଙ୍କୀ ରେଞ୍ଜ ଅନ୍ତର୍ଗତ କପଣ୍ଡ ଗ୍ରାମରେ ବିଳମ୍ବିତ ରାତିରେ ୮ ଟିକିଆ ହାତୀ ପଲ ଗାଁରେ ପହଂଚି ଖାଦ୍ୟ ଅନ୍ୱେଷଣରେ ଘର ଭାଙ୍ଗୁ ଥିବା ବେଳେ ପରିବାର ଲୋକ ଉଠି ଏତେ ହାତୀଙ୍କୁ ଦେଖି ଭୟଭୀତ ହୋଇ ଯାଇଥିଲେ ଏବଂ ପିଲା ଛୁଆ ଧରି ଯିଏ ଯୁଆଡେ ପଳାଇ ଥିଲେ। ଗାଁରେ ପ୍ରାୟ ଦୁଇରୁ ୩ ଟି ଘର ଭାଙ୍ଗି ଥିବା ବେଳେ ଅନେକ ଫସଲ ନଷ୍ଟ କରି ଛନ୍ତି ଏବେ ପାଖ ଜଙ୍ଗଲ ରେ ଥିବା ବେଳେ ବନବିଭାଗ ନଜର ରଖିଥିବା ଜଣା ପଡିଛି।
