ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ନିକଟ ଇନିଙ୍ଗ ଛକରେ ଥିବା ଜାତୀୟ ରାଜପଥ ଷ୍ଟ୍ରିଟ ଲାଇଟ୍ ଭାଙ୍ଗିଲା ବିନା ଡ଼୍ରାଇଭର ରେ ଗାଡ଼ି, ଭୟ ଭିତ ଦେଖଣା ହାରି, କେହି କିଛି ବୁଝିବା ପୂର୍ବରୁ ପଛୁଆ ଗାଡ଼ି ଗଡ଼ି ଭାଙ୍ଗିଲା ଜାତୀୟ ରାଜପଥ ଲାଇଟ୍ ଖୁଣ୍ଟ, ସମସ୍ତେ ପାଟି କାରୁଥିଲେବି ଓଡ଼ି ୦୯ ଳ ୯୭୨୮ ଗାଡ଼ି ଅଟକି ନଥିଲା। ଘଟଣା ସ୍ଥଳରେ ଯୋଡ଼ା ଥାନା ଏ ସ୍ ଆଇ ଅମିତାଭ ସାହୁ ପହଞ୍ଚି ତୁରନ୍ତ ଗାଡ଼ି କୁ ଜବତ୍ କରି, ମ୍ୟୁନିସିପାଲଟି କୁ ମଧ୍ୟ ସୂଚନା ଦେଇଥିବା ଜଣା ପଡ଼ିଛି। ସୌଭାଗ୍ୟ କେହି ଗାଡ଼ି ପଛରେ ନଥିଲେ, ଅଳ୍ପକେ ବୃହତ ଦୁର୍ଘଟଣା ରୁ ଆଉ ଏକ ପଛରେ ଥିବା ଟ୍ରକ୍ ବର୍ତ୍ତି ଯାଇଛି। ତେବେ ଡ଼୍ରାଇଭର ଗାଡ଼ି କୁ ରାସ୍ତା କଡ଼ରେ ଛାଡ଼ି ଓହ୍ଲାଇବା ପରେ ଗାଡ଼ି ପଛୁଆ ଗଡ଼ି ମଝିରାସ୍ତାରେ ଥିବା ଷ୍ଟ୍ରିଟ୍ ଲାଇଟ୍ ପୋଷ୍ଟ କୁ ଭାଙ୍ଗି ଅଟକି ଗଲା।
