ବାଲୁଗାଁ: ଖୋର୍ଦ୍ଧା ଏସପି ଶ୍ରୀ ପରମାର ସ୍ମିତ ପର୍ଶୋତ୍ତମଦାସଙ୍କ ନିର୍ଦ୍ଦେଶ ଓ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଜୟ କୁମାର ପଟ୍ଟନାୟକ ଓ ଥାନାଧିକାରୀଣୀ ଶ୍ରଦ୍ଧା ନାୟକଙ୍କ ନେତୃତ୍ୱରେ ମଙ୍ଗଳବାର ସନ୍ଧ୍ୟାରେ ବାଲୁଗାଁ ସରଳାପଦର ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଓ ବାଇକ ଜବତ କରିବାସହ ଜଣଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ।ଖବର ମୁତାବକ ଗତକାଲି ସନ୍ଧ୍ୟାରେ ବାଲୁଗାଁ ସରଳାପଦର ଛକ ନିକଟରେ ଗାଡ଼ି ମୋଟର ଚେକିଙ୍ଗ ଚାଲିଥିବା ବେଳେ ଜଣେ ଯୁବକଙ୍କ ମୋଟର ସାଇକେଲ ଯାଞ୍ଚ ସମୟରେ ବିପୁଳ ପରିମାଣର ବିଦେଶୀ ମଦ ଜବତ ହୋଇଛି।ଜବତ ଚାରି ପେଟି ବିଦେଶୀ ମଦ ମଧ୍ୟରେ ୧୮୦ ମିଲି ଆଇକନିକ ୪୮ ବୋତଲ,ମ୍ୟାକଡଉଲ ୪୮ ବୋତଲ ଓ ବିୟର ୨୪ ବୋତଲ ସମୁଦାୟ ୩୨.୮୮୦ ଲିଟର ବିଦେଶୀ ମଦ ରହିଥିଲା।ଅଭିଯୁକ୍ତ ଜଣକ ବିହାର ପାଟଣା ଜିଲ୍ଲା ରାଣୀତଲବ କାନପା ଥାନା ଅନ୍ତର୍ଗତ ଶେଲଗଡ ଗ୍ରାମର ଚଣ୍ଡେଶ୍ୱର ପ୍ରସାଦଙ୍କ ପୁଅ ରାକେଶ କୁମାର (୩୦) ବୋଲି ଜଣାପଡିଛି।ଅଭିଯୁକ୍ତଙ୍କ ବିରୁଦ୍ଧରେ କେଶ ନଂ ୩୨୭/୨୬ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀଣୀ ଶ୍ରୀମତୀ ନାୟକ କହିଛନ୍ତି।ଉକ୍ତ ଚଢ଼ାଉରେ ଏଏସଆଇ ମନୋରଞ୍ଜନ ସ୍ୱାଇଁ ,ହାବିଲଦାର ରାମଦାସ ମାଝୀ,କନେଷ୍ଟବଳ ଆର୍ଶୀବାଦ ପାଇକରାୟ ପ୍ରମୁଖ ସାମିଲ ଥିଲେ।
