କଲମ୍ବୋ : କଲୋମ୍ବୋରେ କାଳ ସାଜିଲା ବର୍ଷା । ଧୋଇଗଲା ପ୍ରଥମ ସୁପର-୮ ମୁକାବିଲା । ପାକିସ୍ତାନ- ନ୍ୟୁଜିଲାଣ୍ଡ ମ୍ୟାଚରେ ଟସ୍ ପଡ଼ିଲା ହେଲେ ମ୍ୟାଚ୍ ହୋଇପାରିଲାନି । ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମାତ୍ର ପରେ ପ୍ରବଳ ବର୍ଷା ହୋଇଥିବାବେଳେ ବଲ ପଡ଼ିନଥିଲା । ନୂଆଦିଲ୍ଲୀ, ୨୧/୨ : କଲୋମ୍ବୋରେ କାଳ ସାଜିଲା ବର୍ଷା । ଧୋଇଗଲା ପ୍ରଥମ ସୁପର-୮ ମୁକାବିଲା । ପାକିସ୍ତାନ- ନ୍ୟୁଜିଲାଣ୍ଡ ମ୍ୟାଚରେ ଟସ୍ ପଡ଼ିଲା ହେଲେ ମ୍ୟାଚ୍ ହୋଇପାରିଲାନି । ଟସ୍ ଜିତି ପାକିସ୍ତାନ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ମାତ୍ର ପରେ ପ୍ରବଳ ବର୍ଷା ହୋଇଥିବାବେଳେ ବଲ ପଡ଼ିନଥିଲା । ଏଣୁ ଉଭୟ ଦଳକୁ ଏକ ପଏଣ୍ଟ ଲେଖାଏଁ ମିଳିଛି । ସୁପର-୮ ମୁକାବିଲାର ପ୍ରଥମ ମ୍ୟାଚରେ ବର୍ଷା ହୋଇଥିବାବେଳେ ପାକିସ୍ତାନ ନିଜର ବାକି ମ୍ୟାଚ ମଧ୍ୟ ଶ୍ରୀଲଙ୍କାରେ ଖେଳିବ । ଆଜିର ମ୍ୟାଚରେ ପାକିସ୍ତାନ ଦଳରେ ଗୋଟିଏ ପରିବର୍ତ୍ତନ ହୋଇଥିଲା । ଫକର ଜମାନ ଦଳକୁ ଫେରିଥିଲେ । ସେପଟେ ନ୍ୟୁଜିଲାଣ୍ଡ ଦଳରେ ତିନୋଟି ପରିବର୍ତ୍ତନ କରିଥିଲା । ମିଚେଲ ସାଣ୍ଟ ଭାଗ ହୋଇଥିବାବେଳେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ବେଶ ଗୁରୁତ୍ୱପୂର୍ଣ୍ର ରହିବ । ସେପଟେ ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ତିନୋଟି ଲେଖାଏଁ ମ୍ୟାଚ ଜିତି ସୁପର-୮ରେ ସ୍ଥାନ ପକ୍କା କରିଛନ୍ତି । ଆସନ୍ତାକାଲି ଭାରତ ଦକ୍ଷିଣଆଫ୍ରିକାକୁ ଭେଟିବ । ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବ ବୋଲି ଫ୍ୟାନ୍ସମାନେ ଆଶା ରଖିଛନ୍ତି ।
