ଆବୁଜା: କେନ୍ଦ୍ରୀୟ ନାଇଜେରିଆର ପ୍ଲେଟୋ ରାଜ୍ୟର ଏକ ଖଣିରେ ଗ୍ୟାସ୍ ବିସ୍ଫୋରଣ ଘଟି ଅତିକମ୍ରେ ୩୮ ଜଣ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୨୭ଜଣ ଆହତ ହୋଇ ଚିକିତ୍ସାଧୀନ ରହିଛନ୍ତି। ପ୍ଲେଟୋ ରାଜ୍ୟର ବାଶାର ଜିଲ୍ଲାର କାମପାନିନ୍ ଜୁରାକ୍ ଖଣିରେ ବୁଧବାର ସକାଳ ସାଢ଼େ ୭ରୁ ୮ଟା ମଧ୍ୟରେ ଏହି ବିସ୍ଫୋରଣ ହୋଇଥିଲା। କାମପାନିନ୍ ଜୁରାକ୍ ହେଉଛି ୱାସେ ଜିଲ୍ଲାର ଏକ ପୁରୁଣା ଖଣି ବସତି। ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ବୋଲି କାର୍ଯ୍ୟକାରୀ ପାରମ୍ପରିକ ଶାସକ ଆଲହାଜି ଆଲିୟୁ ଆଦାମୁ ଇଦ୍ରିସ୍ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ବିସ୍ଫୋରଣ ସ୍ଥାନଟି ସଲିଡ୍ ୟୁନିଟ୍ ନାଇଜେରିଆ ଲିମିଟେଡ୍ ଦ୍ୱାରା ପରିଚାଳିତ।
