ଭଦ୍ରାସାହି: କେନ୍ଦୁଝର ଜିଲ୍ଲା ବାମ୍ୱୋରୀ ଥାନା ଅନଗର୍ତ ନୟାଗଡ଼ ଅଞ୍ଚଳରେ ବେଆଇନ ଚୋରା ଲୁହାପଥର ଚାଲାଣ ବେଳେ ପୋଲିସ ଚଢ଼ାଉ କରି ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ତେବେ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ଲୋହାରଦଗା ଅଞ୍ଚଳର ସଦାମ ସାଇ ବୟସ(୩୨) ଏବଂ ରାଜେଶ କୁମାର ସିଂ ବୟସ(୨୨)। ସୂଚନା ମୁତାବକ ଶନିବାର ଦିନ ସକାଳୁ ନୟାଗଡ଼ ନିକଟରେ ଚୋରା ଲୁହା ପଥର ଚାଲାଣ ଚାଲିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବାମ୍ୱୋରୀ ପୋଲିସ ଆତର୍କିତ ଚଢ଼ାଉ କରିଥିଲେ।ଚଢ଼ାଉ ବେଳେ ଘଟଣା ସ୍ଥଳରୁ ଓଡ଼ି-୨୨-ବି-୪୫୩୭ ନମ୍ବର ଥିବା ଗୋଟିଏ ଜେସିବି ଏବଂ ସିଜି-୨୨-ଆର-୧୨୪୫ ନମ୍ବର ର ଏକ ଲାଇନ ଟ୍ରକ ଜବତ କରିବା ସହ ୨ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ତେବେ ଜବତ ହୋଇଥିବା ଲୁହା ପଥର ର ଆନୁମାନିକ ମୂଲ୍ୟ ପ୍ରାୟ ୭୦ ହଜାର ରୁ ଉର୍ଦ୍ଧ୍ୱ ହେବ ବୋଲି ଆକଳନ କାରାଯାଉଛି।ଏନେଇ କେସ ନମ୍ବର ୧୬୫/୨୬ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଥିବା ନେଇ ବାମ୍ୱୋରୀ ଥାନା ଅଧିକାରୀ ଜୋସକେତନ ଭୋଇ ସୂଚନା ଦେଇଛନ୍ତି।
