ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଅନାମାୟା ଜିଲ୍ଲାର ମଦନପାଲ୍ ସହରରେ ଜଣେ ୭ ବର୍ଷର ଶିଶୁକନ୍ୟାକୁ ଅତି ଅମାନୁଷିକ ଭାବେ ବଳାତ୍କାର ପରେ ହତ୍ୟା କରାଯାଇଛି। ପୋଲିସ ମଙ୍ଗଳବାର ନାବାଳିକାର ମୃତଦେହ ପାଣିଡ୍ରମ୍ରୁ ଉଦ୍ଧାର କରିଛି। ଅଭିଯୁକ୍ତ ଜଣକ ଆଉ କେହି ନୁହନ୍ତି, ପୀଡ଼ିତାଙ୍କ ପଡ଼ୋଶୀ ବୋଲି ଜଣାପଡ଼ିଛି। ତା’ର ନାମ କୁଳବର୍ଦ୍ଧନ (୩୦)। ତା’ ନାଁରେ ପୂର୍ବରୁ ଅପରାଧିକ ରେକର୍ଡ ରହିଛି। ସେ ଜଣେ ନିଶାଖୋର ବ୍ୟକ୍ତି ବୋଲି ପୋଲିସ କହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି। କୁଳବର୍ଦ୍ଧନ ପ୍ରଥମେ ଶିଶୁଟିକୁ ଆକ୍ରମଣ କରିଥିଲା। ପରେ ତାଙ୍କୁ ପାଣି ଡ୍ରମ୍ରେ ବୁଡ଼ାଇ ଦେଇଥିଲା ଏବଂ ଶବକୁ ରାତିସାରା ନିଜ କୋଠରିରେ ରଖିଥଲା। ପୋଲିସ ସୂତ୍ରରୁ ପ୍ରକାଶା ଯେ, ସୋମବାର ସନ୍ଧ୍ୟାରେ ଶିଶୁକନ୍ୟା ଜଣକ ନିଖୋଜ ହୋଇଯାଇଥିଲ। ଘରେ ଲୋକେ ତାକୁ ନପାଇବା ପରେ ପୋଲିସର ଆଶ୍ର୍ରୟ ନେଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ବିଭିନ୍ନ ସ୍ଥାନ କରି ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଅଧିକାରୀମାନେ କୁଳବର୍ଦ୍ଧନ ଘରକୁ ବିଳମ୍ବିତ ରାତି ପ୍ରାୟ ୧.୩୦ ଯାଇଥିଲେ, ହେଲେ ସେ ଶୋଇଥିବାର ଦେଖିବା ପରେ ଫେରିଯାଇଥିଲେ। ସକାଳେ ଅଧିକାରୀମାନେ କବାଟ ଭାଙ୍ଗି ଡ୍ରମ୍ରେ ରହିଥିବା ମୃତଦେହ ଉଦ୍ଧାର କରିଥିଲେ।
