Compressed by jpeg-recompress
ଭୁବନେଶ୍ୱର: ମଙ୍ଗଳବାର ଠାରୁ ସପ୍ତଦଶ ବିଧାନସଭାର ଷଷ୍ଠ ଅଧିବେଶନ ବା ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ଏପ୍ରିଲ ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ମୋଟ୍ ୨୮ଟି କାର୍ଯ୍ୟ ଦିବସ ରହିଛି। ତେବେ ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଆଜି ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଏହା ଫେବ୍ରୁଆରି ୨୪ ଯାଏଁ ଚାଲିବ। ଫେବ୍ରୁଆରି ୨୦ରେ ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ôଥକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ। ତେବେ ରାଜ୍ୟପାଳ ଆଜି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ୧.୮ ଲକ୍ଷ ଟଙ୍କାରୁ ୩୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା । ପରମ୍ପରା ଅନୁସାରେ ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ତାଙ୍କର ଅଭିଭାଷଣ ରଖିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ, ବିବରଣୀ ଓ ସଫଳତାର କାହାଣୀ ଗୃହରେ ବଖାଣିଛନ୍ତି । ସରକାର ହାତକୁ ନେଇଥିବା ବିଭିନ୍ନ ପ୍ରକାର ଜନକଲ୍ୟାଣ କାର୍ଯ୍ୟକ୍ରମ ସହ ଆଗାମୀ ଦିନର ରୋଡ୍ ମ୍ୟାପ୍ ସମ୍ପର୍କରେ ସ୍ପଷ୍ଟ ଧାରଣା ଦେଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣକୁ ଶସକ ଦଳ ଟେବୁଲ ବାଡ଼େଇ ସମର୍ଥନ ଦେଇଥିବା ବେଳେ ବିରୋଧୀ ବିଜେଡିର ବିଧାୟକ ମାନେ ଅଧାରୁ ବର୍ଜନ କରି କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଏକ ଫମ୍ପା ଓ ଅନ୍ତ ସାର ଶୂନ୍ୟ ବୋଲି ଅଭିଯୋଗ କରିଥିଲେ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାତି କହିଲେ ଯେ, ୨୦୩୬ରେ ଓଡ଼ିଶା ଗଠନକୁ ଶହେ ବର୍ଷ ପୂରିବ। ସମୃଦ୍ଧ ଓଡ଼ିଶା ପାଇଁ ସରକାର ପ୍ରତିଶୃତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରୁ ଓଡ଼ିଶାକୁ ବଡ଼ ଅଂଶ ମିଳୁଛି । ଯାହାଦ୍ୱାରା ପୂର୍ବ ଭାରତରେ ଓଡ଼ିଶା ବିକଶିତ ଭାରତର ଗ୍ରୋଥ୍ ଇଞ୍ଜିନ୍ ହେବ। ସେହିପରି ଆତ୍ମନିର୍ଭର ଭାରତରେ ଓଡ଼ିଶା ହେବ ସେମିକଣ୍ଡକ୍ଟର ହବ୍। ୨୦୩୬ ଓ ୨୦୪୭ ପାଇଁ ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି। ୨୦୪୭ ସୁଦ୍ଧା ମୁଣ୍ଡ ପିଛା ଆୟ ୩୨ ଲକ୍ଷ କରିବାକୁ ଯୋଜନା କରାଯାଇଛି। ଏହାଛଡ଼ା ସରକାର ସହରୀ ବିକାଶ ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟପାଳ ପୁଣି କହିଛନ୍ତି ଯେ, ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମ ବିକଶିତ ଓଡ଼ିଶା ପାଇଁ ସହାୟକ ହେବ । ରାଜ୍ୟ ସରକାର ‘ମେକ୍ ଇନ୍ ଓଡ଼ିଶା’ ଗକ୍ଟଟ ମଧ୍ୟରୁ ୮୫ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏଥିରେ ପ୍ରାୟ ୧ଲକ୍ଷ ୬୫ ହଜାର ନିଯୁକ୍ତି ସୁଯୋଗ ମିଳିବ । ରାଜ୍ୟପାଳ ଆହୁରି ମଧ୍ୟ କହିଛନ୍ତି, ‘ମେକ୍ ଇନ୍ ଓଡିଶା’ ୨୦୨୫ରେ ମୋଟ୍ ୭.୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ନିବେଶର ସମ୍ଭାବନା ରହିଛି । ଏଥିରେ ୪ଲକ୍ଷ ୬୫ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହାଛଡ଼ା ରାଜ୍ୟରେ ୩୪୩ ବୃହତ ଶିଳ୍ପକୁ ଅନୁମୋହିତ କରାଯାଇଛି ବୋଲି ରାଜ୍ୟପାଳ ହରିବାକୁ କମ୍ଭମପାଟି ନିଜ ଅଭିଭାଷଣରେ କହିଛନ୍ତି । ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ, ଭିତ୍ତିଭୂମି ସୁଦୃଢ କରିବାକୁ ସରକାର ପ୍ରତିଶୃତିବଦ୍ଧ। ରାଜ୍ୟରେ ରାସ୍ତାର ଆଧୁନିକୀକରଣ କରାଯାଉଛି । ଭୁବନେଶ୍ୱର-ଖୋର୍ଦ୍ଧା-କଟକକୁ ନେଇ ରିଂରୋଡ୍ ନିର୍ମାଣ ହେଉଛି। ଜୟଦେବ ବିହାର-ନନ୍ଦନକାନନ ରାସ୍ତା ଫ୍ଲାଏଓଭର ହେବ । ପ୍ରାୟ ୮୩୦୮ କୋଟି ଟଙ୍କା ବିନିଯୋଗରେ ୬ ଲେନ୍ ବିଶିଷ୍ଟ ରାସ୍ତା ପ୍ରବେଶ କରିବ । ନିୟନ୍ତ୍ରିତ ଗ୍ରୀନଫିଲ୍ଡ କ୍ୟାପିଟାଲ ରିଜିନ୍ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ୍) ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି । ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧାରେ ଯାନବାହାନ ଭିଡ଼ କମାଇବା ସହିତ ଲଜିଷ୍ଟିକ୍ସ ଖର୍ଚ୍ଚ ହ୍ରାସ କରିବାରେ ସାହାର୍ଯ୍ୟ କରିବ । ଏହି ରାସ୍ତା ସୁଗମ ବହୁ ମାଧ୍ୟମିକ ସଂଯୋଜନା ମାଧ୍ୟମରେ ବାଣିଜ୍ୟକୁ ସୁଦୃଢ଼ କରିବ । ଏହାଛଡ଼ା ୮୩୦୦ କୋଟି ଟଙ୍କା ବ୍ୟୟରେ ରାମେଶ୍ୱର -ପାରାଦୀପ ଉପକୂଳ ରାଜପଥକୁ ଅନୁମୋଦନ ମିଳିଛି । ଏହାଦ୍ୱାର ଦୂରତା ଏବଂ ଯାତ୍ରା ସମୟ ପ୍ରାୟ ୪୫ ପ୍ରତିଶତ ହ୍ରାସ ପାଇବ ଏବଂ ଉପକୂଳ ଯୋଗାଯୋଗରେ ଯଥେଷ୍ଟ ଉନ୍ନତି ଆସିବ ବୋଲି ରାଜ୍ୟପାଳ ହରିବାବୁ କମ୍ଭମପାଟି କହିଛନ୍ତି ।ରାଜ୍ୟପାଳ ପୁଣି କହିଛନ୍ତି ଯେ, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧୀନରେ କେନ୍ଦ୍ର ସରକାର ୨୦୬୬ କୋଟିରୁ ଅଧିକ ଅର୍ଥ ବିନିଯୋଗରେ ଓଡ଼ିଶାରେ ଦୁଇଟି ଆତ୍ୟାଧୁନିକ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ଅନୁମୋଦନ ଦେଇଛନ୍ତି । ଏହା ଓଡ଼ିଶାକୁ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କେନ୍ଦ୍ର ଭାବେ ପରିଚିତ କରିବ। ଏହା ଏକ ଐତିହାସିକ ପଦକ୍ଷେପ ଯାହା ଉଚ୍ଚ- ଦକ୍ଷତାମୂଳକ ରୋଜଗାର ସୃଷ୍ଟି କରିବ। ଏହା ସହଯୋଗୀ ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବ ଏବଂ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ଆଗେଇ ନେବ। ରାଜ୍ୟପାଳ କହିଛନ୍ତି ଯେ, ସରକାରଙ୍କ କୃଷି ବିକାଶ ନୀତି ପାଇଁ ରାଜ୍ୟରେ ଚାଷୀଙ୍କ ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି । ଚାଷୀ ପରିବାରର ହାରାହାରି ଆୟ ବଢ଼ିଛି । ସମୃଦ୍ଧ କୃଷକ ଯୋଜନାରେ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢ଼ାଯାଇଛି । ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୩୧ଶହ ଟଙ୍କା ପ୍ରଦାନ କରାଯାଉଛି । ଏନେଇ ସରକାର ୬ ହଜାର କୋଟି ଟଙ୍କା ବ୍ୟୟ କରିଛନ୍ତି । ସେହିପରି ସିଏମ୍ କିଷାନ ଯୋଜନାରେ ଆୟ ବୃଦ୍ଧି ପାଇଁ ୨୦୨୦ କୋଟି ଖର୍ଚ୍ଚ ହୋଇଛି । ଏହାଦ୍ୱାରା ରାଜ୍ୟରେ ତିନି ଗୁଣା ଫସଲ ଉତ୍ପାଦନ ବଢ଼ିବା ସହିତ ଚାଷୀଙ୍କ ମୁଣ୍ଡପିଛା ଆୟ ଯଥେଷ୍ଟ ବୃଦ୍ଧି ପାଇଛି । ଫସଲ ଉତ୍ପାଦନ ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ ଟନ୍ ଥିଲା । ଏହା ୨୦୨୪- ୨୫ରେ ୧୫୦ ଲକ୍ଷ ମେଟ୍ରିକ ଟନ୍ ହୋଇଛି । ୨୦୨୪-୨୫ ଖରିଫ ଋତୁରେ ପ୍ରାୟ ୨୦ ଲକ୍ଷ ପଞ୍ଜୀକୃତ ଚାଷୀଙ୍କ ଠାରୁ ୯୨.୬୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି । ଉଭୟ ଧାନ ସଂଗ୍ରହ ଏବଂ ଚାଷୀ ପଞ୍ଜିକରଣରେ ଏହା ସର୍ବକାଳୀନ ରେକର୍ଡ । ଗତ ଦଶ ବର୍ଷରେ ଚାଉଳ ଉତ୍ପାଦନ ୩୪.୩୬ ଲକ୍ଷ ମେଟ୍ରିକ୍ ଟନ୍ ରୁ ବଢ଼ି ୬୨.୮୫ ଲକ୍ଷରେ ପହଞ୍ଚିଛି ବୋଲି ରାଜ୍ୟପାଳ ଗୃହରେ ତଥ୍ୟ ରଖିଛନ୍ତି ।ରାଜ୍ୟପାଳ କହିଛନ୍ତି ଯେ, ସୁଭଦ୍ରା ଯୋଜନା ରାଜ୍ୟ ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନା ମଧ୍ୟରୁ ଅନ୍ୟତମ । ଏହି ଯୋଜନାରେ ରାଜ୍ୟ ମହିଳା ମାନେ ସଶକ୍ତ ହେଉଛନ୍ତି । ନାରୀ ନିଜ ଗୋଡ଼ରେ ଛିଡ଼ା ହେଉଛି । ବର୍ତ୍ତମାନ ସୁଦ୍ଧା ସୁଭଦ୍ରା ଯୋଜନାରେ ୧.୧୨ କୋଟିରୁ ଅଧିକ ମହିଳା ଆବେଦନ କରିଛନ୍ତି । ଏମାନଙ୍କ ମଧ୍ୟରୁ କୋଟିରୁ ଅଧିକ ହିତାଧିକାରୀଙ୍କୁ ତିନୋଟି କିସ୍ତିରେ ସୁଭଦ୍ରା ସହାୟତା ପ୍ରଦାନ କରାଯାଇଛି । ଏବାବଦରେ ରାଜ୍ୟ ସରକାର ୧୫ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ରାଜ୍ୟପାଳ ଆହୁରି କହିଛନ୍ତି ଯେ ରାଜ୍ୟ ସରକାର ଏସଏଚଜି ବ୍ୟାଙ୍କ୍ କ୍ରେଡିଟ୍ ଲିଙ୍କେଜ୍ ମାଧ୍ୟମରେ ସାଂସ୍ଥାଗତ ଆର୍ôଥକ ସଂଯୋଗକୁ ଯଥେଷ୍ଟ ପରିମାଣରେ ସମ୍ପ୍ରସାରିତ କରିଛନ୍ତି । ୨୦୨୪-୨୫ ଆର୍ôଥକ ବର୍ଷରେ ୩.୫୨ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୭,୪୫୪ କୋଟି ଟଙ୍କାର ବ୍ୟାଙ୍କ୍ ଋଣ ପ୍ରଦାନ କରାଯାଇଥିଲା । ଯାହା ଫଳରେ ହାରାହିର ସ୍ୱୟଂ ସହାୟତା ଗୋଷ୍ଠୀଙ୍କ ଋଣ ୪.୯୫ ଲକ୍ଷକୁ ବୃଦ୍ଧି ପାଇଛି। ୨୦୨୫-୨୬ ଆର୍ôଥକ ବର୍ଷ ପାଇଁ ୨୦ ହଜାର କୋଟି ଟଙ୍କାର ବ୍ୟାଙ୍କ୍ କ୍ରେଡିଟ୍ ଲିଙ୍କେଜ୍ ଲକ୍ଷ୍ୟ ରଖାଯାଇଛି । ଏପର୍ଯ୍ୟନ୍ତ ୧.୬୧ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ କରାଯାଇଛି ବୋଲି ମହାମହିମ ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି ।ରାଜ୍ୟପାଳ କହିଛନ୍ତି, ଏନ୍ଆର୍ଏଲଏମ୍ ଅନ୍ତର୍ଗତ ଲକ୍ଷପତି ଦିଦି ପଦକ୍ଷେପ ଏସ୍ଏଚ୍ଜି ସଦସ୍ୟମାନଙ୍କୁ ବାର୍ଷିକ ଅନ୍ୟୁନ ୧ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ କରି କରାଯାଇଛି । ଏହା ରାଜ୍ୟ ସରକାରଙ୍କ ଏକ ଉଲ୍ଲେଖନୀୟ ସଫଳତା । ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ଲକ୍ଷପତି ଦିଦି ସୃଷ୍ଟି ଧାର୍ଯ୍ୟ ଲକ୍ଷ୍ୟ ୧୬.୯୯ ଲକ୍ଷ ଥିବା ବେଳେ, ବର୍ତ୍ତମାନ ସୁଦ୍ଧା ୧୬.୪୨ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛି । ଆଗକୁ ଆହୁରି ଅଧିକ ମହିଳାଙ୍କୁ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ କହିଛନ୍ତି ଯେ, ମହିଳାମାନଙ୍କ ପାଇଁ ସୁଗମ ଏବଂ ଗୋଷ୍ଠୀ- ଭିତ୍ତିକ ଅଭିଯୋଗ ସମାଧାନ ସୁନିଶ୍ଚିତ କରିବା ପାଇଁ ଆକାଂକ୍ଷୀ ଜିଲ୍ଲାର ୧୦ଟି ଗ୍ରାମ ପଞ୍ଚାୟତରେ ନାରୀ ଅଦାଲତ ସ୍ଥାପନ କରାଯାଇଛି। ହିଂସା ଦ୍ୱାରା ପ୍ରଭାବିତ ମହିଳାଙ୍କୁ ସମନ୍ୱିତ ସହାୟତା ପ୍ରଦାନ କରିବା ପାଇଁ ୱାନ୍ ଷ୍ଟପ୍ ସେଣ୍ଟର ସ୍ଥାପନ କରାଯାଇଥିଲା ଏହାକୁ ବୃଦ୍ଧି କରି ଆଉ ୯ଟି ଅତିରିକ୍ତ କେନ୍ଦ୍ରକୁ ଅନୁମୋଦନ କରାଯାଇଛି । ଚଳିତବର୍ଷ ପ୍ରାୟ ୬, ୫୩୨ ମହିଳାଙ୍କୁ ଉପକୃତ କରିଛି । ମହିଳା ହେଲ୍ପ ଲାଇନ ୧୮୧, ଶିଶୁ ହେଲପ୍ ଲାଇନ ୧୦୯୮ ଓ ଇଆର୍ଏସ୍ଏସ୍-୧୧୨ର ଏକତ୍ରିକରଣ କରାଯାଇଛି। ୨୪ଏକ୍ସ୍୭ ଆପାତକାଳୀନ ସହାୟତା ବ୍ୟବସ୍ଥା ସୁନିଶ୍ଚିତ ହୋଇଛି । ଯାହା ଦ୍ୱାରା ଏପର୍ଯ୍ୟନ୍ତ ପ୍ରାୟ ୯୬୪୫ ମହିଳା ସହାୟତା ପାଇଛନ୍ତି ବୋଲି ରାଜ୍ୟପାଳ କହିଛନ୍ତି ।
