ନୀଳଗିରି; ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ବେଳେ ବେଳେ ଏମିତି ଭଟ୍ଟାପଡେ ଯେ ସବୁ ମଧୁର ସମ୍ପର୍କକୁ ଭୁଲିଯାଇ ବେଳେବେଳେ ବର୍ବରତାର କାଣ୍ଡ ଘଟାଇ ବସେ। କଥାରେ କହନ୍ତି କ୍ରୋଧ ବ୍ରହ୍ମ ଚଣ୍ଡାଳ କ୍ରୋଧ ସମୟରେ ଯିଏ ନିଜର କ୍ରୋଧକୁ ନିୟନ୍ତ୍ରଣ କରି ପାରେ ସେ ହିଁ ପ୍ରକୃତ ମଣିଷ। ସାଂସାରିକ ଜୀବନରେ ଦୁଃଖ ସୁଖ ରହିବ, ହେଲେ ଦୁଃଖ ସମୟରେ କାତର ହେବା ଉଚିତ ନୁହେଁ କି ସୁଖ ସମୟରେ ଅଧିକ ଖୁସି ହେବା ଉଚିତ ନୁହେଁ। ସବୁ ପରିସ୍ଥିତିକୁ ନିଜର କରି ଯିଏ ତାଳ ଦେଇ ଚାଲି ପାରିଲା ସିଏ ସଂସାର ରଥର ପ୍ରକୃତ ସାରଥୀ।ପାରିବାରିକ କଳହରୁ ଜଣେ ମହିଳାଙ୍କୁ ପିଟିପିଟି ନିଜରସ୍ୱାମୀ ହତ୍ୟାକରିବା ଘଟଣା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।ଅଭିଯୋଗପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଯାଇଥିବା ବେଳେ ପୋଲିସ୍?ର ତଦନ୍ତ ଜାରିରହିଛି।ସୂଚନା ମୁତାବକ ନୀଳଗିରି ବ୍ଲକ ଅଯୋଧ୍ୟା ପଞ୍ଚାୟତ ପ୍ରତାପପୁର ଗ୍ରାମର ରବି ସିଂ (୪୨) ଓ ତାଙ୍କ ସ୍ତ୍ରୀ ସୁମତୀ ସିଂ (୩୮)ଙ୍କ ମଧ୍ୟରେ କୈଣସି ବିଷୟକୁ ନେଇ ଶନିବାର ସନ୍ଧ୍ୟା ସମୟରେ କଳହ ହେବାସହ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା । ଉତ୍କ୍ଷିପ୍ତ ହୋଇ ରବି ସିଂ ତାଙ୍କର ସ୍ତ୍ରୀ ସୁମତୀ ସିଂଙ୍କ ମୁଣ୍ଡରେ କାଠଫାଳିଆରେ ବାଡେଇ ଦେଇଥିଲା। ଫଳରେ ସୁମତୀଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିଲା। ପ୍ରବଳ ରକ୍ତସ୍ରାବହେବାରୁ ଗୁରୁତର ହୋଇଥିଲା ବେଳେ ତୁରନ୍ତ ଏକ ଘରୋଇ ଆମ୍ବୁଲାନ ଯୋଗେ ପ୍ରଥମେ ନୀଳଗିରି ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଇଥିଲା। ଅବସ୍ଥା ଉଦବେଗଜନକ ଥିବାରୁ ଡାକ୍ତର ତାଙ୍କୁ ରେମୁଣା ମେଡିକାଲକୁ ସ୍ଥାନାନ୍ତର କରିଥିଲେ।ରେମୁଣା ମେଡିକାଲ ନେଉଥିବା ରାସ୍ତାରେ ସୁମତୀଙ୍କ ମୃତ୍ୟୁ ହେବାରୁ ପରିବାର ଲୋକେ ଘରକୁ ନେଇଆସିଥିବା ସୂଚନା ମିଳିଛି। ରବିବାର ସକାଳେ ନୀଳଗିରି ଥାନାରେ ମୃତକ ମହିଳାଙ୍କ ଭାଇ ରାଉଳ ଗୋଛାୟତ ଭିଣୋଇ ରବି ସିଂ ଙ୍କ ନାମରେ ପିଟିପିଟି ମାରିଦେଇଥିବାର ପୋଲିସରେ ଅଭିଯୋଗ କରିଥିଲେ। ଏନେଇ ନୀଳଗିରି ପୋଲିସ ପକ୍ଷରୁ ୩୦୬/୨୬ ନଂ ମାମଲା ରୁଜୁକରି ସ୍ୱାମୀଙ୍କୁ ଗିରଫକରି ଅଧିକ ତଦନ୍ତ ଜାରିରଖିଛି।
