ନୀଳଗିରି; ଧାରାବାହିକ ଭାବେ କୁଲଡ଼ିହା ଅଭୟାରଣ୍ୟରେ ଜନ୍ତୁ ଶିକାରୀ ଧରା ପଡ଼ୁଛନ୍ତି। ହେଲେ ପ୍ରକୃତ ଶିକାରୀ କେତେ ଜଣ ?ଏବଂ ନିରୀହ ଆଦିବାସୀ କେତେ ଜଣ ଯାହଁ।ଙ୍କୁ ଶିକାରୀ ଆଖ୍ୟା ଦେଇ ସେମାନଙ୍କୁ ମିଛ କେସ କରି ଜେଲ୍ ପଠାଇଛନ୍ତି କୁଲଡ଼ିହା ରେଞ୍ଜର ତାହା ନେଇ ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଆଇ କେମେରା ମାଧ୍ୟମରେ ଶିକାରୀ ମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଥିବା ରିପୋର୍ଟ ଖୋଦ ରେଞ୍ଜର ଗଣମାଧ୍ୟମକୁ ତଥ୍ୟ ଦେଉଥିବା ବେଳେ ସୂଚନା ତଥ୍ୟରେ ମୂଳେ ଏଆଇ କେମେରାର ଭିଡିଓ କ୍ଲିପ୍ ଦେବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି ରେଞ୍ଜ ଅଧିକାରୀ? ତେବେ ଏଆଇ କେମେରା ନାଁ ଧରି ରେଞ୍ଜ ଅଧିକାରୀ ନିରୀହ ଆଦିବାସୀ ଲୋକଙ୍କୁ ଫସାଇଥିବାର କୁହାଯାଇଛି ଯାହା ଫଳରେ ସତ୍ୟ ସାମ୍ନାକୁ ଆସିଲେ ରେଞ୍ଜ ଅଧିକାରୀଙ୍କ କଳାକାରନାମା ପଦାକୁ ଆସିଯିବାର ଭୟ ଘାରିଛି କି? ପ୍ରଶ୍ନ ଉଠେ ଏଆଇ କେମେରାରେ ଶିକାରୀ ଧରିବା ଗଣମାଧ୍ୟମକୁ ସୂଚନା ଦେଉଥିବା ବେଳେ ତଦନ୍ତ ବାଟବଣା ବାହାନା କରି ଗିରଫ ଶିକାରୀ ଓ ନାମ ଏବଂ ଠିକଣା ନଦେବେ କେତେ ଦୂର ଯୁକ୍ତିଯୁକ୍ତ।ଜଣେ ମହିଳାଙ୍କ ସମେତ ପୁଣି ୩ଜଣ ଜଙ୍ଗଲିଜନ୍ତୁ ଦେହାବଶେଷ ତସ୍କରଙ୍କୁ ଗିରଫକରି କୋର୍ଟଚାଲାଣ କରିଛି କୁଳଡିହା ବନବିଭାଗ। ସେମାନଙ୍କ ନିକଟରୁ ୫୦ଟି ବଜ୍ରକାପ୍ତା କାତି ସହିତ ତିନୋଟି ମୋବାଇଲ ଏବଂ ଦୁଇଟି ବାଇକ୍ ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଜବତ ହୋଇଥିବା ବଜ୍ରକାପ୍ତା କାତି ଗୁଡ଼ିକ ଅସଲି ନା ନକଲି ତାହା ରେଞ୍ଜ ଅଧିକାରୀ ଠିକ୍ ଭାବରେ ଜାଣିଛନ୍ତି? ନା କେବଳ ଉପରିସ୍ଥ ଅଧିକାରୀଙ୍କ ଠାରୁ ଗୁଡବୁକ୍ ରେ ରହିବାର ଏହା ଅପଚେଷ୍ଠା ନୁହେଁ ତ? ତେବେ ବୁଧବାର ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କମଧ୍ୟରେ ଜଣେ ମହିଳା ତସ୍କର ଥିବାରୁ ମହିଳାଙ୍କ ସଂପୃକ୍ତିକୁ ନେଇ ସନ୍ଦେହ ଦେଖାଦେଇଛି। ଆଜି ସେମାନଙ୍କୁ ମାନ୍ୟବର ନୀଳଗିରି ଏସଡିଜେଏମ କୋର୍ଟରେ ହାଜର କରାଯାଇଥିବା ବେଳେ ଓ. ଆର ୧୭କେ ୨୦୨୫/୨୬କେସରେ ଆଜିସୁଦ୍ଧା ମୋଟ ୧୭ଜଣକୁ ଗିରଫ କରାଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।
