ପୁରୀ ପୋଲିସ ପକ୍ଷରୁ ଫେବୃଆରୀ ୨୦୨୬ ଅପରାଧ ସମୀକ୍ଷା ବୈଠକ
ପୁରୀ (ବ୍ୟୁରୋ) : ପୋଲିସର ଫେବୃଆରୀ ୨୦୨୬ ମାସିକ ଅପରାଧ ସମୀକ୍ଷା ବୈଠକ ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସଭାରେ ପୁରୀ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ ଅଧ୍ୟକ୍ଷତା କରିଥିଲେ । ବୈଠକରେ ୨୦୨୬ ବର୍ଷ ପାଇଁ ପୁରୀ ପୋଲିସର କାର୍ଯ୍ୟ ପରିକଳ୍ପନା, ଅପରାଧ ନିୟନ୍ତ୍ରଣ ନୀତି, ଜନସୁରକ୍ଷା ଓ ଆଧୁନିକ ପୋଲିସିଂ ପ୍ରଣାଳୀ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ସଭାରେ ଅନଖା ବିଜୟ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ସୁଶୀଲ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଦେବୀ ପ୍ରତାପ, ସଚିନ ପଟେଲ, ସୌମ୍ୟ ରଞ୍ଜନ ମଲ୍ଲିକ ସହିତ ସମସ୍ତ ସବ୍-ଡିଭିଜନ୍ର ଅଧିକାରୀ, ସମସ୍ତ ଥାନା ଅଧିକାରୀ, ସମସ୍ତ କୋ?ର୍ଟର ପୋଲିସ ଅଧିକାରୀ ଓ ଅନ୍ୟାନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂହ କହିଥିଲେ ଯେ ପୁରୀ ପୋଲିସର ପ୍ରଧାନ ଲକ୍ଷ୍ୟ ହେଉଛି ଜନସାଧାରଣଙ୍କ ସୁରକ୍ଷା, ଆଇନ ଶୃଙ୍ଖଳା ରକ୍ଷା ଓ ଆଧୁନିକ ପ୍ରଣାଳୀରେ ଅପରାଧ ନିୟନ୍ତ୍ରଣ।ସେ ସମସ୍ତ ଅଧିକାରୀଙ୍କୁ ସତ୍ୟନିଷ୍ଠା, ନିଷ୍ଠା ଓ ଜନସେବା ମନୋଭାବ ସହ କାମ କରିବାକୁ ପରାମର୍ଶ ଦେଇଥିଲେ । ଜନସାଧାରଣ ସହ ଭଲ ବ୍ୟବହାର ଉପରେ ଗୁରୁତ୍ୱ ପୋଲିସ ଓ ଜନସାଧାରଣ ମଧ୍ୟରେ ବିଶ୍ୱାସ ଓ ସମ୍ପର୍କ ମଜବୁତ କରିବା ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କୁ ସମ୍ମାନପୂର୍ଣ୍ଣ ଓ ସହାନୁଭୂତିଶୀଳ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ୨୦୨୬ ମସିହାରେ ପୋଲିସ କାର୍ଯ୍ୟକଳାପରେ ଆଧୁନିକ ଟେକ୍ନୋଲୋଜିର ବ୍ୟବହାରକୁ ଆହୁରି ବୃଦ୍ଧି କରିବାକୁ କୁହାଯାଇଥିଲା । ସିସିଟିଭି ମନିଟରିଂ, ଡିଜିଟାଲ ତଦନ୍ତ ସାଇବର ଟୁଲ, ଡାଟା ଆନାଲିସିସ ଓ ଅନ୍ୟାନ୍ୟ ଆଧୁନିକ ପ୍ରଣାଳୀ ମାଧ୍ୟମରେ ଅପରାଧ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅପରାଧ ଘଟିବା ପୂର୍ବରୁ ତାହାକୁ ରୋକିବା ପାଇଁ ପ୍ରୋ-ଆକ୍ଟିଭ ପୋଲିସିଂକୁ ଆହୁରି ସକ୍ରିୟ କରିବାକୁ କୁହାଯାଇଥିଲା । ସନ୍ଦେହଜନକ ବ୍ୟକ୍ତି ଓ ଅପରାଧ ପ୍ରବଣ ଅଞ୍ଚଳ ଉପରେ ନିୟମିତ ନଜରଦାରି, ଚେକିଂ ଓ ଇଣ୍ଟେ ଲିଜେନ୍ସ ସଂଗ୍ରହ ଉପରେ ଗୁରୁତ୍ୱ ଦିଆଯାଇଥିଲା । କମ୍ୟୁନିଟି ପୋଲିସିଂକୁ ଶକ୍ତିଶାଳୀ କରିବା ସମାଜ ସହ ମିଶି କାମ କରିବା ପାଇଁ କମ୍ୟୁନିଟି ପୋଲିସିଂକୁ ଆହୁରି ମଜବୁତ କରିବାକୁ କୁହାଯାଇଥିଲା । ପୋଲିସ କର୍ମଚାରୀମାନଙ୍କ କଳ୍ୟାଣ ପୁରୀ ପୋଲିସର ପ୍ରାଥମିକତା ଦେବା ପାଇଁ କୁହାଯାଇଥିଲା । ସମସ୍ତ ମାମଲାର ତ୍ୱରିତ ତଦନ୍ତ କରିବା ଓ ଅପରାଧୀଙ୍କୁ ଶୀଘ୍ର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମାମଲାର ସୁପରଭିଜନ୍, କୋର୍ଟ ପ୍ରୋସିଡିଂ ଓ ଭିକ୍ଟିମ ନ୍ୟାୟ ଉପରେ ବିଶେଷ ଗୁରୁତ୍ୱ ବୈଠକରେ ମାମଲାର ଗୁଣତ୍ୱ ନିଶ୍ଚିତ କରିବା ପାଇଁ କେସ୍ ଷ୍ଟଡି ଆଧାରିତ ସୁପରଭିଜନ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତରୁ ଆରମ୍ଭ କରି କୋର୍ଟ ପ୍ରୋସିଡିଂ ପର୍ଯ୍ୟନ୍ତ ପ୍ରତ୍ୟେକ ମାମଲାର ନିୟମିତ ସମୀକ୍ଷା କରିବାକୁ କୁହାଯାଇଥିଲା । ସଠିକ୍ ତଦନ୍ତ, ଠିକ୍ ଡକ୍ୟୁମେଣ୍ଟେ ନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଥିଲା । ସେହିପରି ଭାବରେ ଭିକ୍ଟିମମାନଙ୍କୁ ସମୟୋଚିତ ସହାୟତା ଓ ଆଇନଗତ ସହଯୋଗ ଯୋଗାଇ ମାମଲାରେ ନ୍ୟାୟ ମିଳିବାକୁ ନିଶ୍ଚିତ କରିବାକୁ କୁହାଯାଇଥିଲା । ଜରୁରୀ ସେବା ୧୧୨ କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ କାମ କରିବାକୁ କୁହାଯାଇଥିଲା । ପୁରୀ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହେବାରୁ ପର୍ଯ୍ୟଟକ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ଗତ ମାସର ଅପରାଧ ପରିସ୍ଥିତି, ଚାଲୁଥିବା ମାମଲାର ଅବସ୍ଥା, ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ ପ୍ରଗତି, ଟ୍ରାଫିକ୍ ବ୍ୟବସ୍ଥାପନା, ସାଇବର ଅପରାଧ ନିୟନ୍ତ୍ରଣ ଓ ଆଗାମୀ ଦିନର କାର୍ଯ୍ୟ ପରିକଳ୍ପନା ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଶେଷରେ ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସମସ୍ତ ଅଧିକାରୀଙ୍କୁ ଟିମ୍ ଭାବେ କାମ କରି ପୁରୀ ଜିଲ୍ଲାକୁ ସୁରକ୍ଷିତ, ଅପରାଧମୁକ୍ତ ପୋଲିସ ବ୍ୟବସ୍ଥା ଗଠନ ପାଇଁ ଆହ୍ୱାନ କରିଥିଲେ ।
