ମାଥୁରା: ଯମୁନା ଏକ୍ସପ୍ରେସ୍ ୱେରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ଉପରେ ଠିଆ ହୋଇଥିବା ବସ୍ ଯାତ୍ରୀମାନଙ୍କ ଉପରେ ଏକ ଦ୍ରୁତଗାମୀ ଟ୍ରକ୍ ମାଡ଼ିଯିବାରୁ ୬ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୁରିର ଥାନା ଅଞ୍ଚଳରେ ମାଇଲଷ୍ଟୋନ ନମ୍ବର ୮୮ ନିଟରେ ଭୋର ୨ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀମାନେ କାନପୁରରୁ ଦିଲ୍ଲୀକୁ ବସ୍୍ ଯୋଗ ଯାତ୍ରା କରୁଥିଲେ। ବାଟରେ ଗାଡ଼ି କିଛି ସମୟ ଅଟକିଥିଲା। ଯାତ୍ରୀମାନେ ଶୌଚ ହେବା ପାଇଁ ଗାଡ଼ିରୁ ଓହ୍ଲାଇ ରାସ୍ତ୍ା ଉପରେ ଠିଆ ହୋଇଥିଲେ। ଏହି ସମୟରେ ଦ୍ରୁତ ବେଗରେ ଆସୁଥିବା ଏକ ଟ୍ରକ୍ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ୬ଜଣଙ୍କ ମୃତ୍ୟୁ ଘଟିଥିଲା। ମଥୁରା ଜିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ସିପି ସିଂହ କହିଛନ୍ତି, ଟ୍ରକ୍ ଡ୍ରାଇଭରର ବେପରୱା ଗାଡ଼ି ଚାଳନା ଯୋଗୁଁ ଏହି ଦୁ୍ର୍ଘଟଣା ଘଟିଛି। ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।
ଯମୁନା ଏକ୍ପ୍ରେସ୍ ୱେରେ ଦୁର୍ଘଟଣା: ୬ ବସ୍ ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ













Leave a Reply