ଭାରତ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଚାମ୍ପିଅନ

Spread the love

ହାରାରେ: ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରି ଭାରତ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ୍ କ୍ରିକେଟରେ ଚାମ୍ପିଅନ ହୋଇଛି। ୬ ଥର ପାଇଁ ଭାରତ ଏହି ଗୌରବ ହାସଲ କରିଛି। ଭାରତ ୬ଥର ଲାଗି ଜିମ୍ବାୱେର ହାରାରେ ସ୍ଫୋର୍ଟସ କ୍ଲବରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଭାରତର ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୮୦ଟି ବଲରେ ୧୭୫ ରନ୍ ସଂଗ୍ରହ କରିଥିଲେ। ଅଧିନାୟକ ଆୟୁଷଙ୍କ ପ୍ରଦର୍ଶନ ମଧ୍ୟ ସନ୍ତୋଷଜନକ ଥିଲା। ସେ ୫୧ ବଲରେ ୫୩ ରନ କରିଥିଲେ। ଅନ୍ୟ ଖେଳାଳିଙ୍କ ମଧ୍ୟରେ କିପର-ବ୍ୟାଟର ଅଭିଜ୍ଞାନ କୁୁଣ୍ଡୁ ୪୦ ରନ୍ କରିଥିବା ବେଳେ କନିଷ୍କ ଚୌହ୍ୱାନ ଅପରାଜିତ ୨୦୦ ବଲରେ ୩୭ ରନ କରି ଭାରତରକୁ ଚାମ୍ପିଅନ ହେବାରେ ସାହାଯ୍ୟ କରିଥିଲେ। ବୈଭବ ସୂର୍ଯ୍ୟବଂଶୀ ପ୍ଳେୟାର ଅଫ୍ ଦି ସିରିଜ ଭାବେ ବିବେଚିତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!